fbpx

IPL ପୂର୍ବରୁ ଧୋନୀଙ୍କ ପ୍ଲାନ: ପ୍ରାକ୍ଟିସ ପାଇଁ ଏହି ଖେଳାଳିଙ୍କୁ ଦଳରେ ସାମିଲ କଲେ କ୍ୟାପଟେନ କୁଲ ମାହି

ନୂଆଦିଲ୍ଳୀ: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ୧୫ତମ ଇଣ୍ଡିଆନ ପ୍ରିମିୟର ଲିଗ । ଏହାପୂର୍ବରୁ ପ୍ରତ୍ୟେକ ଟିମ ଜୋରଦାର କସରତ କରୁଥିବା ଦେଖିବାକୁ ମିଳିଛି । ଏହା ସହିତ ଲିଗର ସବୁଠୁ ସଫଳତମ ଟିମ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ସୁରାଟର ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ନିଜ ଅଭ୍ୟାସ ଆରମ୍ଭ କରି ସାରିଛି । ତେବେ ଏଥିପାଇଁ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଚଳାଇଛନ୍ତି ଆଉ ଏକ ମାଷ୍ଟର ପ୍ଲାନ । ଆୟର୍ଲାଣ୍ଡର ଧୁରନ୍ଧର ଦ୍ରୁତ ବୋଲର ଲିଟିଲ ଜୋସଙ୍କୁ ନେଟ ବୋଲର ଭାବେ ଦଳରେ ଯୋଡିଛି ସିଏସକେ । ଚେନ୍ନାଇର ବ୍ୟାଟ୍ସମ୍ୟାନଙ୍କୁ ନେଟ ପ୍ରାକ୍ଟିସ କରାଉଥିବାର ନଜର ଆସିବେ ଲିଟିଲ ଜୋସ ।

ଏହାପରେ ଆୟର୍ଲାଣ୍ଡ କ୍ରିକେଟ ଲିଟିଲଙ୍କୁ ଶୁଭେଚ୍ଛା ଜଣାଇଛି । ନେଟ ବୋଲର ଭାବରେ ଚେନ୍ନାଇ ସହ ଯୋଡି ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛି ଆୟର୍ଲାଣ୍ଡ କ୍ରିକେଟ । ଗତ ସିଜନର ଉପବିଜେତା କୋଲକାତା ନାଇଟ ରାଇଡର୍ସ ସହ ଏହି ସିଜନର ଆରମ୍ଭ କରିବ ଚେନ୍ନାଇ । ସେପଟେ ସୁରାଟରେ IPL ୨୦୨୨ ସିଜନ ପାଇଁ ଖୁବ ଦମଦାର ପ୍ରାକ୍ଟିସ ଆରମ୍ଭ କରିଛି ସିଏସକେ । ଏହାର ଏକ ଭିଡିଓ ମଧ୍ୟ ସାମନାକୁ ଆସିଛି । କ୍ୟାପଟେନ କୁଲ ଧୋନୀଙ୍କ ସମେତ ବୋଲର କେ.ଏମ ଆସିଫ ଏବଂ ଅନ୍ୟ ଖେଳାଳିମାନେ ଖୁବ ଝାଳ ବୁହାଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Chennai Super Kings (@chennaiipl)

 

Get real time updates directly on you device, subscribe now.