fbpx

ଫେବୃଆରୀ ୨୦ ତାରିଖରୁ ମାଟ୍ରିକ ବୋର୍ଡ ପରୀକ୍ଷା: ଜାରି ହେଲା Exam Schedule

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ବୋର୍ଡ ପରୀକ୍ଷା । ଦଶମ ଶ୍ରେଣୀର ପିଲାମାନଙ୍କ ବୋର୍ଡ ପରୀକ୍ଷାର ସୂଚୀ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ କାର୍ଯ୍ୟସୂଚୀ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ତେବେ ଏହି ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ମଧ୍ୟ ଜାରି ହୋଇ ସାରିଛି ।

ଫେବୃଆରୀ ୨୦ ତାରିଖରେ ଦଶମ ଶ୍ରେଣୀ ପିଲାମାନଙ୍କର ଓଡ଼ିଆ ପରୀକ୍ଷା ହେବାକୁ ଥିବା ବେଳେ ୨୩ ତାରିଖରେ ଇଂରାଜୀ, ୨୬ରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ । ଏହାପରେ ୨୮ ତାରିଖରେ ହିନ୍ଦୀ ଏବଂ ସଂସ୍କୃତ ପରୀକ୍ଷା, ମାର୍ଚ୍ଚ ୨ରେ ବିଜ୍ଞାନ ଏବଂ ୪ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ । ତେବେ ଚଳିତବର୍ଷ ୨୯୯୧ କେନ୍ଦ୍ରରେ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପିଲା ମାଟ୍ରିକ ପରୀକ୍ଷା ଦେବେ । ମାର୍ଚ୍ଚ ୪ ତାରିଖରେ ପରୀକ୍ଷା ସରିବା ପରେ ମାର୍ଚ୍ଚ ୧୫ ତାରିଖରୁ ହିଁ ଖାତା ଦେଖା ଆରମ୍ଭ ହୋଇଯିବ ବୋଲି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦର ବୋର୍ଡ ସଭାପତି ।

Get real time updates directly on you device, subscribe now.