fbpx

ମାଟ୍ରିକ ଖାତା ଦେଖା ପ୍ରସଙ୍ଗ, ଗଣଶିକ୍ଷା ବିଭାଗକୁ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଚିଠି

କଟକ, ୪ା୫(ଓଡ଼ିଶା ଭାସ୍କର): ଆଜି ମାଟ୍ରିକ ଖାତା ଦେଖା ପ୍ରସଙ୍ଗରେ ଗଣଶିକ୍ଷା ବିଭାଗକୁ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଚିଠି ଲେଖିଛି । ମାଟ୍ରିକ ଖାତା ଦେଖା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଲକଡାଉନ ବଳବତ୍ତର ଥିବାରୁ ଏନେଇ ପରାମର୍ଶ ଲୋଡ଼ିଛି ବୋର୍ଡ଼ । କାରଣ ଲକଡାଉନ ପରେ ମାଟ୍ରିକ ଖାତା ଦେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୂର୍ବରୁ ବୋର୍ଡ଼ କହିଥିଲା ।
ଉଲ୍ଲେଖଯୋଗ୍ୟ ଗତକାଲି ଲକ ଡାଉନ ହଟିବାର ଥିଲା । କିନ୍ତୁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ ଡାଉନ ଅବଧିକୁ ମେ ୧୭ଯାଏଁ ବୃଦ୍ଧି କରାଯାଇଛି । ଯାହାଫଳରେ ମାଟ୍ରିକ ଖାତା ଦେଖା ଆରମ୍ଭ ହୋଇ ପାରିନାହିଁ । ବିଦ୍ୟାର୍ଥୀ କ୍ୟାରିଅର ଏବଂ ଅଭିଭାବକଙ୍କ ଚିନ୍ତାପ୍ରକଟକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗକୁ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଆଜି ଚିଠି ଲେଖିଛି ।

Get real time updates directly on you device, subscribe now.