fbpx

ସଫେଇବାଲାଙ୍କୁ ଅପଶବ୍ଦ କହି ହରଡଘଣାରେ ମୌଲାନା, ଦୃଢ କାର୍ଯ୍ୟାନୁଷ୍ଠାନ ନ ହେଲେ ଅଞ୍ଚଳରୁ ଉଠିବନି ଅଳିଆ

ଇନ୍ଦୋର: ଏଠାରେ ଜଣେ ମୌଲାନାଙ୍କ ବିବାଦୀୟ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସଫେଇ କର୍ମଚାରୀଙ୍କ ବିରୋଧ ପରେ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅନୁସୂଚୀତ ଜାତି ଓ ଜନଜାତି ଅଧିନିୟମ ଆଧାରରେ ମାମଲା ରୁଜୁ କରିଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତ ଏବେ ଆଉ ଏକ ଭିଡିଓ ଜାରି କରି କ୍ଷମା ମାଗିଛନ୍ତି । ଅନ୍ୟପକ୍ଷରେ ଇନ୍ଦୋର ପୋଲିସ ଅଭିଯୁକ୍ତ ମୌଲାନାଙ୍କୁ ଗିରଫ କରିବା ଲାଗି ପ୍ରାୟାସ ଜାରି ରଖିଛି ।

ଚନ୍ଦନ ନଗର ଅଞ୍ଚଳରେ ରହୁଥିବା ମୌଲାନା ଶାଦାବ ଖାନ୍ ଙ୍କ ଆପତ୍ତିଜନକ ଟିପ୍ପଣୀ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଭାଇରାଲ୍ ଭିଡିଓରେ ମୌଲାନା କହୁଥିବାର ଦେଖାଯାଇଥିଲା, ଏବେ ଆମେ ଆମ ଭଉଣୀ, ଝିଅ ଓ ଭାଉଜଙ୍କୁ ସଫେଇ ଗାଡିରେ ଅଳିଆ ପକାଇବାକୁ ଦେବୁ ନାହିଁ । ସଫେଇକର୍ମୀଙ୍କ ମୁହଁ ଉପରକୁ ଆମେ ୬୦ ଟଙ୍କା ଫିଙ୍ଗିବୁ ଓ ସେମାନେ ଅଳିଆ ନେଇ ଏଣିକି ଗାଡିରେ ପକାଇବେ । ସେ ଆହୁରି କହିଛନ୍ତି ଭଉଣୀ, ଭାଉଜ ଓ ଝିଅମାନେ ଗାଡିରେ ଅଳିଆ ପକାଉଥିବା ବେଳେ ସେମାନଙ୍କ ପେଟ ବାହାରକୁ ନଜର ଆସୁଛି ଓ ଏହି ଛୋଟ ଲୋକମାନେ ତାଙ୍କୁ ଘୁରି ଘୁରି ଦେଖୁଛନ୍ତି । ଆମ ଝିଅ ବୋହୂଙ୍କ ନଖ ପର୍ଯ୍ୟନ୍ତ ବି କାହା ନଜରରେ ପଡିଲେ ଆମେ ତାକୁ ବରଦାସ୍ତ କରିବୁ ନାହିଁ । ତେଣୁ ଏବେ ମୁଁ ନିଜ ଘରୁ ଏହି ବିରୋଧ ଆରମ୍ଭ କରିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଇନ୍ଦୋର ସହର ଦେଶ ମଧ୍ୟରେ ୬ ଥର ସ୍ୱଚ୍ଛତା କ୍ଷେତ୍ରରେ ପ୍ରଥମରେ ରହିଛି । କିନ୍ତୁ ମୌଲାନାଙ୍କ ଏହି ବିବାଦୀୟ ଟିପ୍ପଣୀ ଉପରେ ସଫେଇମିତ୍ରମାନେ କ୍ରୋଧାନ୍ୱିତ ହୋଇଛନ୍ତି । ବହୁ ସଂଖ୍ୟାରେ ସଫେଇ ମିତ୍ର ଏକତ୍ର ହୋଇ ଚନ୍ଦନନଗର ଥାନାକୁ ଘେରାଉ କରି ମୌଲାନା ଶାଦାବ ଖାନ୍ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି । ଏହାସହିତ ମୌଲାନାଙ୍କ ଅଞ୍ଚଳରୁ୨ ଦିନ ପର୍ଯ୍ୟନ୍ତ ଅଳିଆ ନ ଉଠେଇବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.