fbpx

୧୨ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନର ରୂପ ନେଇପାରେ ଅମ୍ଫାନ !

ନୂଆଦିଲ୍ଲୀ, ୧୮ା୫: ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇଛି ବାତ୍ୟା ଅମ୍ଫନ । ୧୨ଘଣ୍ଟା ଭିତରେଏହା ସୁପର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି । ସମୁଦ୍ର ଭିତରେ ୧୨ଘଣ୍ଟା ଯାଏଁ ଶକ୍ତିଶାଳୀ ହେବ । ସମୁଦ୍ର ଭିତରେ ପବନର ବେଗ ୨୩୦ରୁ ୨୪୦ କିଲୋମିଟର ରହିପାରେ । ଆସନ୍ତାକାଲି ସକାଳ ପରଠାରୁ ଏହା କ୍ରମଶଃ ଦୁର୍ବଳ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଘଣ୍ଟାପ୍ରତି ୧୩କିଲୋମିଟର ବେଗରେ ବାତ୍ୟା ଗତି କରୁଛି । ପଶ୍ଚିମବଙ୍ଗ ଦୀଘା ଓ ବାଙ୍ଗଲାଦେଶ ହାତିଆ ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ଅମ୍ଫାନ । ହିଟ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫କିଲୋମିଟର ବେଗ ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟା ପରଠାରୁ ଓଡ଼ିଶା ଆକାଶ ମେଘାଚ୍ଛନ୍ନ ହେବ । ଧୀରେଧୀରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ୧୯ ଓ ୨୦ତାରିଖଷର ବର୍ଷାର ପରିମାଣ ବଢ଼ିବ । ଉତ୍ତର ଓଡ଼ିଶାରେ ପବନର ବେଗ ୧୩୦ରୁ ୧୩୫ କିଲୋମିଟର ରହିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.