fbpx

ଉତ୍ତରପ୍ରଦେଶରେ ଗଠବନ୍ଧନ ପାଇଁ କଂଗ୍ରେସର ପ୍ରସ୍ତାବକୁ ଖାତିର କଲେନି ମାୟାବତୀ

ଉତ୍ତରପ୍ରଦେଶ ନିର୍ବାଚନ ପୁର୍ବରୁ ଗଠବନ୍ଧନ ପାଇଁ ବହୁଜନ ସମାଜବାଦୀ ପାର୍ଟି ସହିତ ଯୋଗାଯୋଗ କରିଥିଲେ ମଧ୍ୟ ଦଳ ତରଫରୁ କୌଣସି ଉତ୍ତର ମିଳି ନଥିଲା । ଏପରିକି ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ପଦବି ଯାଚିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନଥିଲେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । “ଦ ଦଳିତ ଟ୍ରୁଥ୍’ ନାମକ ପୁସ୍ତକ ପ୍ରକାଶ କରିବା ଅବସରରେ ଏହି କଥା କହିଛନ୍ତି ରାହୁଲ ଗାନ୍ଧୀ ।

ଏହି ଅବସରରେ ସେ କହିଥିଲେ ଯେ ସେ ମୁକ୍ତ ଭାବରେ ତାଙ୍କର କଥାକୁ ରଖିପାରିବେ । କାରଣ ତାଙ୍କ ବିରୁଦ୍ଧରେ କୌଣସି ଦୁର୍ନିତି ମାମଲା ନାହିଁ । ବର୍ତ୍ତମାନ ଦେଶରେ ସିବିଆଇ, ଇଡି ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକ ରାଜନୈତିକ ମତାନ୍ତରକୁ ନେଇ ଆକ୍ରୋସ ମୂଳକ ଭାବେ ବ୍ୟବହାର କରାଯାଉଥିବା ସେ କହିଥିଲେ ।

ଏଥି ସହିତ ସେ କହିଥିଲେ ଯେ ଅନୁଷ୍ଠାନ ଗୁଡ଼ିକ ଦେଶର ସମ୍ବିଧାନକୁ ସୁରକ୍ଷିତ ରଖିପାରିବେ । ତେବେ ବର୍ତ୍ତମାନ ଆରଏସଏସ ଏଗୁଡ଼ିକୁ ନିୟନ୍ତ୍ରଣ କରୁଥିବା ସେ ଅଭିଯୋଗ କରିଛନ୍ତି । କିଛି ଲୋକ କ୍ଷମତାରେ ରହି ନିଶ୍ୱାସ ନେବାକୁ ଭଲ ପାଆନ୍ତି, କିନ୍ତୁ କୌତୁହଳର ବିଷୟ ଯେ ମୁଁ କ୍ଷମତା ମଧ୍ୟରେ ଜନ୍ମ ହୋଇଥିଲେ ମଧ୍ୟ ଏଥି ପ୍ରତି ଆଦୌ ଆଗ୍ରହୀ ନୁହେଁ । ମୁଁ ମୋ ଦେଶର ଅଗ୍ରତି ପାଇଁ ସର୍ବଦା କାର୍ଯ୍ୟ କରିବାକୁ, ଦେଶକୁ ବୁଝିବାକୁ ଆଗ୍ରହୀ ।

ଶେଷରେ ସେ ଏହା ମଧ୍ୟ କହିଥିଲେ ଯେ ଭାରତ ପୃଥିବୀରେ ହେଉଛି ଗୋଟିଏ ଦେଶ ଯେଉଁଠାରେ ଛୁଆଁ ଆଛୁଆଁ ରହିଛି । ତେବେ ଏହି କଥା ମୋତେ ବ୍ୟଥିତ କରେ ଯେ ଜଣେ ବ୍ୟକ୍ତି ନିଜ ଘରେ ଗୋଟିଏ କୁକୁର ପାଳିପାରେ, କିନ୍ତୁ ନିଜର ସହକର୍ମୀଙ୍କୁ ଛୁଇଁବାକୁ ପଛାଇ ଥାଏ ।

 

Get real time updates directly on you device, subscribe now.