fbpx

ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ବୈଠକ, ପୂର୍ବାଞ୍ଚଳ ବିକାଶ ନେଇ ନବୀନଙ୍କ ଫୋକସ

ଭୁବନେଶ୍ୱର, ୨୮ା୨(ଓଡ଼ିଶା ଭାସ୍କର): ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଭୁବନେଶ୍ୱର ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ବୈଠକ ହୋଇଛି । ସେହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତେ ଅର୍ଥମନ୍ତ୍ରୀ ସାମିଲ ରହିଛନ୍ତି । ଏହାସହ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି ।

ସେହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାଞ୍ଚଳ ତଥା ଓଡ଼ିଶାର ବିକାଶ ସଂକ୍ରାନ୍ତରେ ଦାବି ଉଠାଇଛନ୍ତି । ସେ କହିଛନ୍ତି ଆର୍ଥିକ ଭିତ୍ତିଭୂମି ଓ ବୈଷୟିକ ଦୃଷ୍ଟିକୋଣରୁ ଜାତୀୟ ସହମତି ଜରୁରୀ । ଏହା ଜରିଆରେ ହିଁ କେନ୍ଦ୍ର-ରାଜ୍ୟ ସମ୍ପର୍କ ମଜବୁତ ହୋଇପାରିବ ।  ମୋବାଇଲ ନେଟୱର୍କ, ବ୍ୟାଙ୍କିଂ ସୁବିଧା, ରେଳ ଓ ରାସ୍ତା ପ୍ରସଙ୍ଗ ଉଠାଇଛନ୍ତି । ପୂର୍ବାଞ୍ଚଳକୁ ଏହିସୁବ କ୍ଷେତ୍ରରେ ଅନୁଦାନ ଦୁଇ ଗୁଣା କରିବାକୁ ଦାବି କରିିଥିବା ନେଇ ସୂଚନା ରହିଛି । ଦେଶର ଖଣିଜ ସମ୍ପଦ କ୍ଷେତ୍ରରେ ପୂର୍ବାଞ୍ଚଳର ଅବଦାନ ସର୍ବାଧିକ । ଏହାସହ ୨୦୧୨ରୁ କୋଇଲା ରୟାଲିଟି ପୁନଃ ନିର୍ଦ୍ଦାରିତ ହୋଇନାହିଁ ବୋଲି ସେ କହିଛନ୍ତି ।

ସେହିପରି ରାଜ୍ୟଗୁଡ଼ିକୁ କ୍ଲିନ ଏନର୍ଜି ସେସ୍ ହେବା ଦରକାର ବୋଲି କହିଛନ୍ତି । ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ ପାଇଁ ଦାବି କରିଛନ୍ତି । ଓଡ଼ିଶା ପ୍ରାକୃତିକ ଦୁର୍ବିପାକ ପ୍ରବଣ ରାଜ୍ୟ ହୋଇଥିବାରୁ ସ୍ୱତନ୍ତ୍ର ଫୋକସ ରାଜ୍ୟ କରିବାକୁ ଦାବି କରିଛନ୍ତି । ଏହାସହ ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନରେ ସାମିଲ କରିବାକୁ କହିଛନ୍ତିି । ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ମିଳିବାରେ ବିଳମ୍ବ, ଧାନକିଣା ସବସିଡ଼ି ମିଳୁ ନଥିବାରୁ ଚାଷୀଙ୍କ ପାଇଁ ସମସ୍ୟା, ମାଗଣା ଜବି ଓ ୫୦% ପାଣ୍ଠି ଯୋଗାଇବା ପରେ ବି ରେଳ ପ୍ରକଳ୍ପ ଆଗଉନଥିବା ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.