fbpx
BJD SKY
BJD SKY

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୈଠକ ପୂର୍ବରୁ ମେହବୁବାଙ୍କ ଜାଗି ଉଠିଲା ‘ପାକ୍ ପ୍ରେମ’

BJD

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀର ନେତାଙ୍କୁ ଭେଟିବାର ଠିକ୍ ପୂର୍ବରୁ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ପାକ୍ ପ୍ରେମ ଜାଗି ଉଠିଛି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପାକିସ୍ତାନ ସହ ଆଲୋଚନା କରିବାକୁ ଦାବି କରିଛନ୍ତି। ସେ ମଙ୍ଗଳବାର ଗୁପକାର ମେଣ୍ଟର ନେତାଙ୍କ ସହ ସାକ୍ଷାତ ପରେ ଏହି ଦାବି ଉଠାଇଛନ୍ତି।

ମେହବୁବା କହିଛନ୍ତି, ସରକାର ଦୋହାରେ ତାଲିବାନଙ୍କ ସହ ଆଲୋଚନା କରୁଛନ୍ତି। କିନ୍ତୁ ଜମ୍ମୁ-କଶ୍ମୀର ମାମଲାରେ ପାକିସ୍ତାନ ସହ ଆଲୋଚନା କରୁ ନାହାନ୍ତି। ଜମ୍ମୁ-କଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ଭାରତକୁ ପାକିସ୍ତାନ ସହ ମଧ୍ୟ ଆଲୋଚନା କରିବା ଉଚିତ୍। ଉଲ୍ଲେଖନୀୟ ମେହବୁବା ସର୍ବଦା ଜମ୍ମୁ-କଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ପାକିସ୍ତାନକୁ ସାମିଲ କରିବା ସପକ୍ଷରେ ଯୁକ୍ତି ବାଢି ଆସିଛନ୍ତି।

ନ୍ୟାସନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ଜୁନ ୨୪ରେ ମୋଦୀଙ୍କ ସହ ଆୟୋଜିତ ହେବାକୁ ଥିବା ବୈଠକରେ ସାମିଲ ହେବାକୁ ଜମ୍ମୁ-କଶ୍ମୀର ରାଜନୈତିକ ଦଳର ନେତା ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଗୁପକାର ମେଣ୍ଟର ସଦସ୍ୟ ମୁଜଫର ଶାହା କହିଛନ୍ତି, ଅନୁଚ୍ଛେଦ ୩୭୦ ଓ ୩୫ ଏ ସହ କୌଣସି ପ୍ରକାରର ସାଲିସ୍ କରାଯାଇ ପାରିବ ନାହିଁ। ଆମର ଦାବି ଜମ୍ମୁ-କଶ୍ମୀରରେ ପୁଣି ଥରେ ଏହି ଦୁଇ ଧାରା ଲାଗୁ କରାଯାଉ। କେନ୍ଦ୍ର ସରକାରଙ୍କ ଏହି ପ୍ରସଙ୍ଗରେ ନେଇଥିବା ନିଷ୍ପତ୍ତିକୁ ଆମର ବିରୋଧ ଜାରି ରହିବ ବୋଲି ମୁଜଫର କହିଛନ୍ତି।

Get real time updates directly on you device, subscribe now.