fbpx

ମହିଳାଙ୍କଠାରୁ ପୁରୁଷମାନେ ଅଧିକ କରୋନା ରୋଗରେ ଆକ୍ରାନ୍ତ ହେଉଛନ୍ତି, ଜାଣନ୍ତୁ କାରଣ

ଚୀନରେ ବ୍ୟାପୁଥିବା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଭୂତାଣୁରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଅନ୍ୟପଟେ ଡାକ୍ତରମାନେ ଦାବି କରିଛନ୍ତି ଯେ, କରୋନା ଭାଇରସରେ ମହିଳାଙ୍କଠାରୁ ଅଧିକ ପୁରୁଷମାନେ ଆକ୍ରାନ୍ତ ହେଉଛନ୍ତି ।

ଚୀନ ଡାକ୍ତରଙ୍କ ମତରେ, କରୋନା ଭାଇରସ୍ ମହିଳାମାନଙ୍କଠାରେ କମ୍ ପ୍ରଭାବ ପକାଉଥିବା ବେଳେ ପୁରୁଷଙ୍କଠାରେ ଅଧିକ ପ୍ରଭାବ ପକାଇଥାଏ । ପୁରୁଷଙ୍କ ମୁକାବିଲାରେ ମହିଳାଙ୍କଠାରେ କରୋନା ଭାଇରସ ସଂକ୍ରମଣର ପ୍ରଭାବ କମ୍ ରହିଥାଏ । ମହିଳାଙ୍କ ନିକଟରେ ଏକ୍ସ-କ୍ରୋମୋଜୋମ ଓ ସେକ୍ସ-ହର୍ମୋନ ଥିବାରୁ ଅଧିକ ରୋଗ ପ୍ରତିରୋଧକ କ୍ଷମତା ମିଳେ ବୋଲି ଡାକ୍ତରମାନେ ଦାବି କରିଛନ୍ତି । ଏହା ସହ ଯେଉଁ ପୁରୁଷମାନେ ଆଗରୁ କୌଣସି ରୋଗରେ ପୀଡିତ ଅଛନ୍ତି, ସେମାନଙ୍କ ଉପରେ କରୋନା ପ୍ରଭାବ ଅଧିକ ପଡିଥାଏ ବୋଲି ଡାକ୍ତରମାନେ କହିଛନ୍ତି ।

Get real time updates directly on you device, subscribe now.