fbpx

ମୁହଁ ଧୋଇବା ସମୟରେ ପୁରୁଷମାନେ କରନ୍ତୁ ନାହିଁ ଏମିତି ଭୁଲ, ନଚେତ ବିଗିଡ଼ି ଯିବ ତ୍ୱଚା

ଭୁବନେଶ୍ୱର: ଆଜିର ସମୟରେ ସମସ୍ତେ ସୁନ୍ଦର, ସ୍ମାର୍ଟ ଏବଂ ଷ୍ଟାଇଲିସ୍ ଦେଖାଯିବାକୁ ଚାହାନ୍ତି । ଏଥିପାଇଁ ଲୋକମାନେ ବଜାରରେ ମିଳୁଥିବା ଅନେକ ପ୍ରକାର ସୌନ୍ଦର୍ଯ୍ୟ ପ୍ରଡକ୍ଟ ବ୍ୟବହାର କରୁଛନ୍ତି । ତେବେ କେବଳ ଏହାକୁ ବ୍ୟବହାର କଲେ ଚେହେରା ଉଜ୍ଜ୍ୱଳ ହୁଏ ନାହିଁ ବରଂ ଆପଣଙ୍କୁ ଚର୍ମର ଯତ୍ନ ନେବା ପାଇଁ ସଠିକ ରୁଟିନର ଅନୁସରଣ କରିବାକୁ ପଡିବ । ପ୍ରାୟତଃ ପୁରୁଷମାନେ ନିଜ ଚର୍ମର ଯତ୍ନ ନେବାରେ ଅବହେଳା କରନ୍ତି । ଏହାସହ ମୁହଁ ଧୋଇବା ସମୟରେ ମଧ୍ୟ ଅନେକ କିଛି ଭୁଲ କରନ୍ତି, ଯାହାର ପ୍ରଭାବ ସେମାନଙ୍କ ତ୍ୱଚା ଉପରେ ପଡିଥାଏ ।

ପୁରୁଷମାନେ ଯେକୌଣସି ଶସ୍ତା ଫେସୱାସ୍ ବ୍ୟବହାର କରିବା ଅନୁଚିତ୍ । ଏଥିପାଇଁ ନିଜ ଚର୍ମ ଅନୁସାରେ ଫେସୱାସ୍ ବାଛି ପାରିବେ । ତେବେ ଫେସ ୱାସ୍ କିଣିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରି ନିିଜର ଚର୍ମ ଅନୁଯାୟୀ ଫେସୱାସ୍ କିଣିବା ଆବଶ୍ୟକ । ସାଧାରଣରୁ ଶୁଷ୍କ ଥିବା ତ୍ୱଚା ଥିବା ବ୍ୟକ୍ତିମାନେ ନିଜ ପାଇଁ ହାଇଡ୍ରେଟ୍ ଓ କ୍ରିମ ଫେସୱାସ୍ ବ୍ୟବହାର କରିବା ଉଚିତ । ସେହିପରି ତେଲିଆ ତ୍ୱଚା ପାଇଁ ଜେଲ୍ କ୍ଲିଞ୍ଜର ବ୍ୟବହାର କରିପାରିବେ ।

ପୁରୁଷମାନେ ପ୍ରାୟତଃ ବାହାରେ ବୁଲା ବୁଲି କରୁଥିବାରୁ ସେମାନଙ୍କ ତ୍ୱଚା ଉପରେ ଏହାର ବିଶେଷ ପ୍ରଭାବ ପଡିଥାଏ । ତେବେ ରାତିରେ ଘରକୁ ଫେରିବା ପରେ ମୁହଁ ଧୋଇବା ପାଇଁ ଫେସୱାସ୍ ଲଗାଇ ଶୀଘ୍ର ମୁହଁକୁ ଧୋଇ ଦିଅନ୍ତି । କିନ୍ତୁ ଏମିତି କରିବା ଅନୁଚିତ ବୋଲି ଡାକ୍ତର କହିଥାନ୍ତି । ବାହାରୁ ଆସି ମୁହଁ ଧୋଇବା ସମୟରେ ହାଲୁକା ହାତରେ ଫେସୱାସକୁ ମୁହଁରେ ମସାଜ୍ କରନ୍ତୁ ଏବଂ ପରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ତ୍ୱଚା ନରମ ରହିବା ସହ ଏକ ଗ୍ଲୋ ମଧ୍ୟ ରହିବ ।

ପୁରୁଷମାନଙ୍କୁ ଦିନକୁ ଅତି କମରେ ସକାଳେ ଏବଂ ରାତିରେ ଶୋଇବା ପୂର୍ବରୁ ଦୁଇ ଥର ମୁହଁ ଧୋଇବା ଉଚିତ୍ । ତେବେ ଶୋଇବା ପୂର୍ବରୁ ଫେସ ୱାସ୍ କରିବା ନିହାତି ଜରୁରୀ, କାରଣ ଦିନରେ ବାହାରର ଧୂଳି-ମଇଳା ମୁହଁରେ ଲାଗି ରହିଥାଏ, ଯେଉଁ କାରଣରୁ ମୁହଁରେ ବ୍ରଣ ଓ ଦାଗ ଭଳି ଅନେକ ସମସ୍ୟା ଦେଖା ଦେଇଥାଏ ।

ଫେସ ୱାସ୍ କରିବା ପୂର୍ବରୁ ନିଜ ହାତକୁ ଭଲ ଭାବରେ ସଫା କରନ୍ତୁ । ଏହାପରେ ସଫା ହାତରେ ମୁହଁରେ ଫେସୱାସ୍ ଲରାନ୍ତୁ । ନଚେତ୍ ମୁହଁରେ ବିଭିନ୍ନ ପ୍ରକାର ଇନଫେକ୍ସନ ହୋଇପାରେ ।

Get real time updates directly on you device, subscribe now.