fbpx

FIFA World Cup 2022 Final: ପୂରଣ ହେଲା ମେସିଙ୍କ ସ୍ୱପ୍ନ, ଆର୍ଜେଣ୍ଟିନା ବିଶ୍ୱ ବିଜେତା

ନୂଆଦିଲ୍ଲୀ: ବିଶ୍ୱକପରେ ଟାଇଟଲ୍ ଜିତିବାର ଲିଓନେଲ ମେସିଙ୍କ ସ୍ୱପ୍ନ ସାକାର ହୋଇଛି। ଫିଫା ବିଶ୍ୱକପ୍ ୨୦୨୨ ରେ ଆର୍ଜେଣ୍ଟିନା ଦଳ ଚାମ୍ପିଅନ୍ ହୋଇଛି। ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଆର୍ଜେଣ୍ଟିନା ଫ୍ରାନ୍ସକୁ ୩-୨ରେ ପରାସ୍ତ କରିଛି। ଲୁସେଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା, ଯାହାକି ନିର୍ଦ୍ଧାରିତ ସମୟ ପର‌୍ୟ୍ୟନ୍ତ ୨-୨ ବରାବର ରହିଥିଲା। ଅତିରିକ୍ତ ସମୟରେ ତୃତୀୟ ଗୋଲ୍ ସ୍କୋର କରି ଲିଓନେଲ ମେସି ତାଙ୍କ ଦଳକୁ ଚାମ୍ପିଅନ୍ କରିଥିଲେ।

ବିଶ୍ୱକପ ଇତିହାସରେ ଆର୍ଜେଣ୍ଟିନା ଦଳ ତୃତୀୟ ଟାଇଟଲ ଜିତିଛି। ଆର୍ଜେଣ୍ଟିନା ଦଳ ପୂର୍ବରୁ ୧୯୭୮ ଏବଂ ୧୯୮୬ ଟାଇଟଲ୍ ଜିତିଥିଲା। ଏହା ବ୍ୟତୀତ ଆର୍ଜେଣ୍ଟିନା ମଧ୍ୟ ତିନିଥର (୧୯୩୦, ୧୯୯୦, ୨୦୧୪)ରେ ରନର୍ ଅପ୍ ହୋଇଛି। ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ ଥର ଏବଂ ତୃତୀୟ ଥର ପାଇଁ ସାମଗ୍ରିକ ଭାବେ ଟାଇଟଲ ଜିତିବାର ଫ୍ରାନ୍ସ ଦଳର ସ୍ୱପ୍ନ ଭାଙ୍ଗି ଯାଇଛି। ଏହାପୂର୍ବରୁ, ଫ୍ରାନ୍ସ ଦଳ ୧୯୯୮ ଏବଂ ୨୦୧୮ ରେ ଚାମ୍ପିୟନ ହୋଇଥିଲେ।

Get real time updates directly on you device, subscribe now.