fbpx

Water Metro : ଏସିଆର ପ୍ରଥମ, ଏପ୍ରିଲ ୨୫ରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ଶୁଭାରମ୍ଭ

AAKASH

ନୂଆଦିଲ୍ଲୀ : ପାଣି ମେଟ୍ରୋ ଚାଲିବ । ସବୁଜ ପତକା ହଲାଇ ଏହାକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା କେବଳ ଭାରତରେ ନୁହେଁ ବରଂ ପୁରା ଏସିଆ ମହାଦେଶରେର ପ୍ରଥମ ଥର ବୋଲି ଜଣାପଡିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୫ ଏପ୍ରିଲରେ କେରଳକୁ ଜଳ ମେଟ୍ରୋ ଉପହାର ଦେବେ। ପ୍ରାପ୍ତ ସୂଚନା ଅନୁଯାୟୀ ଏହି ପ୍ରକଳ୍ପ ପାଇଁ ୨୩ ଟି ୱାଟର ଡଙ୍ଗା ଏବଂ ୧୪ ଟି ଟର୍ମିନାଲ୍ ରହିବ । ସେଥିମଧ୍ୟରୁ ଚାରୋଟି ଟର୍ମିନାଲ୍ ସମ୍ପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି । ୧,୧୩୬.୮୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏହ୦ି ପ୍ରକଳ୍ପ ନିର୍ମାଣ କରାଯାଇଛି ।

ରବିବାର ଆନୁଷ୍ଠାନିକ ଭାବେ ସୂଚନା ପ୍ରଦାନ କରି କୁହାଯାଇଛି ଯେ , ଏହି ସେବା ଆରମ୍ଭ ହେବା ଦ୍ୱାରା ସହରର ଲୋକଙ୍କ ଗତିବିଧିରେ ସହଜ ହେବ । କୋଚି ପରି ସହରରେ ୱାଟର ମେଟ୍ରୋ ବହୁତ ଉପଯୋଗୀ ସାବ୍ୟସ୍ତ ହେବ । ଭ୍ରମଣର ସହଜତା ସହିତ ଏହା ଏକ ସ୍ୱଳ୍ପ ମୂଲ୍ୟର ଜନ ଦ୍ରୁତ ଗମନାଗମନ ବ୍ୟବସ୍ଥା ବୋଲି ପ୍ରମାଣ ହେବ ବୋଲି ଆଶା କରୁଛୁ ।

କୋଚି ହେଉଛି କେରଳର ସବୁଠାରୁ ଜନବହୁଳ ଜିଲ୍ଲା ମଧ୍ୟରୁ ଗୋଟିଏ ଏବଂ ଟ୍ରାଫିକ ସମସ୍ୟାକୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ୱାଟର ମେଟ୍ରୋ ପ୍ରକଳ୍ପ ୭୮ କିଲୋମିଟର ଉପରେ ବ୍ୟାପିଛି ଏବଂ ଏହା ୧୫ ରୁଟ୍ ଦେଇ ଗତି କରିବ ଏବଂ ଏହି ପ୍ରକଳ୍ପ ୧୦ ଟି ଦ୍ୱୀପପୁଞ୍ଜକୁ ସଂଯୋଗ କରିବ ।

Get real time updates directly on you device, subscribe now.