fbpx

ବାହା ହେଲେ ସବୁଠୁ ଅଧିକ ରୋଜଗାରୀ ବ୍ଳୁ ଫିଲ୍ମ ଅଭିନେତ୍ରୀ

ଭୁବନେଶ୍ୱର:୨୧ ।୪ :(ଓଡିଶା ଭାସ୍କର): ଆଉ ଅପେକ୍ଷା କରି ହେଲାନି । ଗତ ୧୦ ତାରିଖରେ ନିଜ ବାହାଘର ଅନିଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲେ ବ୍ଳୁ ଫିଲ୍ମ ଷ୍ଟାର ମିଆ ଖଲିଫା । କିନ୍ତୁ ୧୦ ଦିନ ୧୦ ବର୍ଷ ଭଳି ଲାଗିଲା ।ଆଉ ଅପେକ୍ଷା ନକରି ନିଜ ବୟଫ୍ରେଣ୍ଡ ରବର୍ଟଙ୍କୁ ବିବାହ କରିଛନ୍ତି ମିଆ । ନିଜ ସୋସିଆଲ ମିଡିଆରେ ସେ ଉଭୟଙ୍କ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ରବର୍ଟ ଶୋଇ ରହିଥିବା ଦେଖିବାକୁ ମିଳୁଛି । ମିଆ ଏହାର କ୍ୟାପସନରେ ରବର୍ଟଙ୍କୁ ନିଜ ପତି ବୋଲି ଦର୍ଶାଇଛନ୍ତି । ମିଆ ଗତ ମାର୍ଚ୍ଚ ମାସରେ ନିଜ ବାହାଘର କଥା ଘୋଷଣା କରିଥିଲେ । ଯାହା ଜୁନ ୧୦ ତାରିଖରେ ହେବାକୁ ତଲା ।କିନ୍ତୁ କରୋନା ପାଇଁ ଏହା ସ୍ଥଗିତ କରାଯାଇଥିବା ସେ ନିଜ ସୋସିଆଲ ମିଡିଆ ପେଜରେ ଉଲ୍ଲେଖ କରିଥିଲେ । କିନ୍ତୁ ଏବେ ଚୁପଚାପ ବାହା ହୋଇଥିବା ପରୋକ୍ଷରେ ସ୍ୱୀକାର କରିଛନ୍ତି । ମିଆ ବିଶ୍ୱରେ ବ୍ଳୁ ଫିଲ୍ମରୁ ସର୍ବାଧିକ ରୋଜଗାର କରୁଥିବା ଅଭିନେତ୍ରୀଙ୍କ ମଧ୍ୟରେ ଅଗ୍ରଣୀ । ବିଶେଷ କରି ତାଙ୍କ ଇଣ୍ଡିଆନ ଲୁକ ପାଇଁ ତାଙ୍କ ଫ୍ୟାନସ ଙ୍କ ସଂଖ୍ୟା ଅଧିକ ।

Get real time updates directly on you device, subscribe now.