fbpx
BJD SKY
BJD SKY

ସୂର୍ଯ୍ୟଙ୍କ ଅଣ୍ଡା, ମୂଲ୍ୟ ୨.୭ ଲକ୍ଷ!

BJD

ଏପରି ଏକ ଶୀର୍ଷକ ଶୁଣି ଆପଣ ଆଶ୍ଚର୍ଯ୍ୟ ଚକିତ ହେବେ ନିଶ୍ଚୟ । ଏହା ଆପଣଙ୍କୁ ହାସ୍ୟାସ୍ପଦ ମନେ ହେବ । କିନ୍ତୁ ଏହା ପଛରେ ଯେଉଁ ସତ୍ୟତା ରହିଛି ତାହା ଜାଣିବା ପରେ ଆପଣଙ୍କ ମନରୁ ସମସ୍ତ ବିସ୍ମୟ ହଟିଯିବ । ଏହା ହେଉଛି ଏକ ଆମ୍ବ ଯାହାକୁ ସୂର୍ଯ୍ୟଙ୍କ ଅଣ୍ଡା ବୋଲି କୁହାଯାଉଛି । ଏହି ଆମ୍ବ ଜାପାନର ମିଆଜାକୀ ସହରରେ ଅମଳ କରାଯାଉଛି । ମିଆଜାକୀ ସହରର ନାମ ଅନୁସାରେ ଏହି ଆମ୍ବର ନାମ ମିଆଜାକୀ ରହିଥିବା ବେଳେ ଏହାର ଅନ୍ୟ ଏକ ନାମ ଟାଇଓ ନୋ ଟମେଗୋ ଯାହା ବିଶ୍ୱର ସବୁଠାରୁ ଦାମୀ ଆମ୍ବ ।

ଏହା ମୂଳତଃ ଜାପାନରେ ଚାଷ କରାଯାଉଥିବା ବେଳେ ଏବେ କିନ୍ତୁ ଏହା ଭାରତ, ଥାଇଲାଣ୍ଡ, ବାଙ୍ଗଲାଦେଶ, ଫିଲିପାଇନ୍ସରେ ଚାଷ କରାଯାଉଛି । ସାଧାରଣତଃ ଏହି ଆମ୍ବର ଓଜନ ୩୩୦ ଗ୍ରାମ ହୋଇଥାଏ । ବିଶେଷଜ୍ଞମାନେ କୁହନ୍ତି, ଏହି ଆମ୍ବ ସଂପୂର୍ଣ୍ଣ ଭାବରେ ପାଚିଗଲେ ଏହାର ଓଜନ ୯୦୦ ଗ୍ରାମ ପର୍ଯ୍ୟନ୍ତ ହୋଇଯାଏ । ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ବେଟା କାରୋଟିନ୍, ଆଣ୍ଟି ଅକ୍ସିଡାଣ୍ଟ, ଓ ଫୋଲିକ୍ ଏସିଡ୍ ରହିଛି । ଆମ ଦେଶରେ ମଧ୍ୟପ୍ରଦେଶର ଜଣେ ଚାଷୀ କେବଳ ଏହି ଆମ୍ବ ଚାଷ କରୁଛନ୍ତିି ।

ପାଚିଗଲେ ଏହି ଆମ୍ବର ରଙ୍ଗ ହାଲକା ଲାଲ୍ ଓ ହଳଦୀ ଦେଖାଯାଏ । ଏହି ଆମ୍ବ ବି ବହୁତ ମିଠା ହୋଇଥାଏ । ଏହାର ଉଗ୍ର ଲାଲ ରଙ୍ଗ କାରଣରୁ ଏହାକୁ ଏଗ୍ ଅଫ୍ ସନ୍ ଅର୍ଥାତ୍ ସୂର୍ଯ୍ୟଙ୍କ ଅଣ୍ଡା ବୋଲି କୁହାଯାଏ । ଏହା ବ୍ୟତିତ ମିଆଜାକି ଆମ୍ବକୁ ଡ୍ରାଗନର ଅଣ୍ଡା ବୋଲି ମଧ୍ୟ କୁହାଯାଏ । ଏହି ଆମ୍ବର କିଲୋ ପ୍ରତି ମୂଲ୍ୟ ୨.୭ ଲକ୍ଷ ଟଙ୍କା ହୋଇଥାଏ ।

 

 

Get real time updates directly on you device, subscribe now.