fbpx

ଖୁବଶୀଘ୍ର ଆସିବ ମାଇକ୍ରୋ ଚିପ୍ ଥିବା ପାସପୋର୍ଟ: କ’ଣ ରହିବ ଏହାର ବିଶେଷତ୍ୱ, ଜାଣନ୍ତୁ…

ନୂଆଦିଲ୍ଲୀ: ବିଦେଶ ଯାତ୍ରା ପାଇଁ ଏକ ଜରୁରୀ ଡକ୍ୟୁମେଣ୍ଟ ବା ଏକ ଜରୁରୀ ପ୍ରମାଣପତ୍ର ହେଉଛି ପାସପୋର୍ଟ । ଏହି ପାସପୋର୍ଟକୁ ନେଇ ଏବେ ଏକ ଖବର ସାମ୍ନାକୁ ଆସିଛି । ଭାରତୀୟ ନାଗରିକଙ୍କ ପାଇଁ ଖୁବଶୀଘ୍ର ନୂଆ ପାସପୋର୍ଟ ଜାରି କରାଯାଇପାରେ । ବିଦେଶ ମନ୍ତ୍ରାଳୟ ସଚିବ ସଞ୍ଚୟ ଭଟ୍ଟାଚାର୍ଯ୍ୟ ଏକ ଟ୍ୱିଟ୍ ଜରିଆରେ ଏହା ଘୋଷଣା କରିଛନ୍ତି ଯେ ଖୁବଶୀଘ୍ର ଭାରତୀୟ ନାଗରିକଙ୍କ ପାଇଁ ଇ-ପାସପୋର୍ଟ ପ୍ରଚଳନ କରାଯିବ, ଯେଉଁଥିରେ ପାସପୋର୍ଟଧାରୀଙ୍କ ସୁରକ୍ଷିତ ବାୟୋମେଟ୍ରିକ ଡାଟା ଷ୍ଟୋର ରହିବ ।

ଜାଲି ପାସପୋର୍ଟ ତିଆରି ରୋକିବା ପାଇଁ ଏବଂ ଯାତ୍ରୀଙ୍କ ଇମିଗ୍ରେସନ ପ୍ରିକ୍ରୟାକୁ ସହଜ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକ୍ରିୟାକୁ ନେଇ ବିଦେଶ ମନ୍ତ୍ରାଳୟ ତରଫରୁ କୁହଯାଇଛି ଯେ ନାଗରିକଙ୍କୁ ଉନ୍ନତ ସୁରକ୍ଷା ବିଶିଷ୍ଟ ଚିପ୍ ବ୍ୟବସ୍ଥା ଥିବା ଇ-ପାସପୋର୍ଟ ଜାରି କରାଯିବା ନେଇ ଯୋଜନା ରହିଛି ।

ଏହି ପାସପୋର୍ଟର ବିଶେଷତ୍ୱ ହେଉଛି ଏହା ଆବେଦକଙ୍କ ବ୍ୟକ୍ତିଗତ ସୂଚନା ଡିଜିଟାଲ ଭାବରେ ଚିପରେ ଷ୍ଟୋର କରାଯିବ ଯାହାକୁ ପାସପୋର୍ଟ ବୁକଲେଟରେ ସାମିଲ କରାଯିବ । ଯଦି କେହି ବ୍ୟକ୍ତି ପାସପୋଟରେ କିଛି ବି ଖରାପ କରିବାକୁ ଚାହିବ ତେବେ ସିଷ୍ଟମକୁ ଏହା ଜଣାପଡ଼ିଯିବ । ଫଳରେ ପାସପୋର୍ଟ ଭେରିଫିକେସନ ବିଫଳ ହୋଇଯିବ ।

Get real time updates directly on you device, subscribe now.