fbpx

ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ଶକ୍ତିମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୨୪/୯(ଓଡିଶା ଭାସ୍କର): ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ । ବିଦ୍ୟୁତ ଦର ପ୍ରସଙ୍ଗରେ ନିଷ୍ପତ୍ତି ନିଏ OERC । ଗତ ୭ବର୍ଷ ଧରି ବଢ଼ିନଥିଲା ବିଦ୍ୟୁତ ଦର । OERCର ନିଷ୍ପତ୍ତିକୁ ଆମେ ଗ୍ରହଣ କରୁଛୁ ବୋଲି ସେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ଅକ୍ଟୋବର ମାସ ଠାରୁ ବିଦ୍ୟୁତ ୟୁନିଟ ପିଛା ୨୦ ପଇସା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି । ତେବେ ବିଦ୍ୟୁତ ଦର ୫୦ ୟୁନିଟ ପର୍ଯ୍ୟନ୍ତ ୨ଟଙ୍କା ୭୦ ପଇସାକୁ ବୃଦ୍ଧି ପାଇଥିବା ବେଳେ ୧୦୦ ୟୁନିଟ ପର୍ଯ୍ୟନ୍ତ ୩ଟଙ୍କା ୬୦ ପଇସା, ୨ଶହ ଯାଏଁ ୪ଟଙ୍କା ୫ ପଇସା ବୃଦ୍ଧି କରାଯାଇଛି । ସେହିପରି ୩ଶହ ୟୁନିଟ ଯାଏଁ ୪ଟଙ୍କା ୫୩ ପଇସା, ୪ଶହ ୟୁନିଟ ଯାଏଁ ୪ଟଙ୍କା ୭୮ ପଇସା ଓ ୫ଶହ ୟୁନିଟ ପର୍ଯ୍ୟନ୍ତ ୫ଟଙ୍କା ବୃଦ୍ଧି କରାଯାଇଛି ବୋଲି ଆୟୋଗ ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.