fbpx

ଓଡିଶାର ୧୪ଜଣଙ୍କୁ ପୋଲିସ ପଦକ

ନୂଆଦିଲ୍ଲୀ,୧୪ ।୮(ଓଡିଶା ଭାସ୍କର): ପୋଲିସ ପଦକ ତିଲିକା ଘୋଷଣା କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଓଡିଶାର ୧୪ ଜଣଙ୍କୁ ମିଳିବ ପୋଲିସ ପଦକ । ଏଥିରେ ବିଶିଷ୍ଟ ସେବା ପାଇଁ ୨ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ସେହିପରି ଉକ୍ରୃଷ୍ଟ ସେବା ପଦକ ୧୨ ଜଣ ପାଇବେ । ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପୋଲିସ ପଦକ ପାଇଁ ଘୋଷଣା କରାଯାଇଛି ।

ଭିଜିଲାନ୍ସ ଡିଏସ୍‌ପି କେ. ବେଣୁଗୋପାଳ ଆଚାର୍ଯ୍ୟ ଓ କନଷ୍ଟେବଲ ବିରଞ୍ଚି ନାରାୟଣ ସାହୁ ପାଇବେ ରାଷ୍ଟ୍ରପତି ପଦକ।

୧୨ ପୁଲିସ୍‌ କର୍ମଚାରୀଙ୍କୁ ମିଳିବ ଉତ୍କୃଷ୍ଟ ସେବା ପଦକ। ଭିଜିଲାନ୍ସ ASP ଅଭିରାମ କର , ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାପସ ମହାପାତ୍ର ପାଇବେ ଉତ୍କୃଷ୍ଟ ସେବା ପଦକ। ସେମାନଙ୍କ ବ୍ୟତୀତ ଏସିପି ଅନୀଲ ମିଶ୍ର, ଡିଏସ୍‌ପି ଅନୁପମା ମହାପାତ୍ର, ଏଡିସିପି ରାଜକିଶୋର ପାଇକରାୟ, ଇନ୍ସପେକ୍ଟର ଅଜୟ ଦାସ, ଇନ୍ସପେକ୍ଟର ଅତୁଲକ୍ରିଷ୍ଣା ଦାସ, ଇନ୍ସପେକ୍ଟର ସରୋଜ ପଟେଲ ଓ ଇନ୍ସପେକ୍ଟର  ନିର୍ମଳ ମହାପାତ୍ରଙ୍କୁ ମିଳିବ ଏହି ପଦକ।

ସେହିପରି ସୁବେଦାର କିଶୋର ବଳବନ୍ତରାୟ, ସିପାହୀ ରଥ ଲାକ୍ରା, ହାବିଲଦାର ମହମ୍ମଦ ଫଜଲ ଉମରଙ୍କୁ ମଧ୍ୟ ପୁଲିସ୍‌ ପଦକ ସମ୍ମାନରେ ସମ୍ମାନିତ କରାଯିବ।

Get real time updates directly on you device, subscribe now.