fbpx
BSKY
BJD MC SKY
BJD MS SKY

ନଦୀରେ ଭାସିଗଲେ ୪ ଜଣ; ୩ ଉଦ୍ଧାର, ଜଣେ ନାବାଳିକା ନିଖୋଜ (Watch Video)

ରାଉରକେଲା: ନଦୀରେ ଗାଧୋଇବା ସାଜିଲା କାଳ, ବୁଡ଼ିଗଲେ ୪ ଜଣ , ୩ ଜଣ ଉଦ୍ଧାର ହୋଇଥିବା ବେଳେ ଏବେବି ଜଣେ ନିଖୋଜ ଅଛନ୍ତି । ପାନପୋଷ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ୪ ଜଣ ବୁଡ଼ିଯାଇଥିଲେ। ତେବେ ୩ ଜଣକୁ ଉଦ୍ଧାର କରାଯାଇଥିବାବେଳେ ଜଣେ ୧୪ ବର୍ଷର ନାବାଳିକା ଏବେବି ନିଖୋଜ ରହିଛନ୍ତି ।

ନିଖୋଜ ନାବାଳିକାଙ୍କ ନାଁ ପୂଜା ସିଂ ବୋଲି ଜଣାପଡ଼ିଛି । ସେ ନିକଟସ୍ଥ ବାସନ୍ତୀ କଲୋନୀରେ ରହୁଛନ୍ତି । ଆଜି ଅପରାହ୍ନରେ ନିଜ ସାଙ୍ଗ ମାନଙ୍କ ସହ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବେଳେ ଘଟିଥିଲା ଅଘଟଣ । ଗାଧୋଇବାବେଳେ ହଠାତ ପାଣି ଭିତରକୁ ଭାସି ଯାଇଥିଲେ । ୩ ଜଣ ପିଲାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇ ପାରିନାହିଁ ।  ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ଯାଏ ନାବାଳିକା ଙ୍କୁ ଉଦ୍ଧାର କରି ପାରି ନାହିଁ ଅଗ୍ନିଶମ ବିଭାଗ।

Get real time updates directly on you device, subscribe now.