ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ନାବାଳିକା ପର୍ଯ୍ୟଟକଙ୍କୁ ଅସଦାଚରଣ

ଅଭିଯୁକ୍ତକୁ ଗୋଡ଼ାଇ ଗୋଡ଼ାଇ ଧରିଲେ ପରିବାର ଲୋକେ।

ପୁରୀ: ଜଗନ୍ନାଥ ଧାମ ପୁରୀରେ ପର୍ଯ୍ୟଟକଙ୍କୁ ଅସଦାଚରଣ। ତାହା ପୁଣି ଜଣେ ନାବାଳିକା ଝିଅ ସହ। ହଁ ଶ୍ରୀମନ୍ଦିରକୁ ପରିବାର ସହ ଜଗା ଦର୍ଶନ କରିବାକୁ ଯାଇଥିଲେ ଜଣେ ନାବାଳିକା ଝିଅ।

ଆଉ ଜଗା ଦର୍ଶନ କରିବା ପରେ ମନ୍ଦିର ବାହାରେ କିଛି ସମୟ ବିତାଉଥିଲେ। ଆଉ ଏହି ସମୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଜଣ ଯୁବକ ଆସି ଝିଅଟି ସହ ଅସଦାଚରଣ କରିବା ଆରମ୍ଭ କରିଥିଲେ।

ଆଉ ଝିଅ ସମ ଏପରି ଖରାପ ବ୍ୟବହାର କରୁଥିବାର ପରିବାର ଲୋକ ଦେଖିବା ପରେ ଯୁବକ ଜଣକ ସେଠାରୁ ଖସି ଚାଲିଯିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ନାବାଳିକାଙ୍କ ପରିବାର ଯୁବକକୁ ଗୋଡ଼ାଇ ଗୋଡ଼ାଇ ଧିରିଲେ। ପରେ ସିଂହଦ୍ୱାର ଥାନାରେ ଜଣାଇଥିଲେ। ପୋଲିସ ମଧ୍ୟ ଯୁବକକୁ ଅଟକ ରଖିଛି। ଅଭିଯୁକ୍ତ ଜଣକ ନିଶାସକ୍ତ ଥିବା ସୂଚନା ମିଳିଛ।