fbpx
BSKY
BJD SHG SKY
BJD YOUTH SKY

ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟର ତଳ ଭାଗରେ ଫାଟ

ଓଡ଼ିଶା ଭାସ୍କର: ପୁରୀ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଗୁମୁଟର ତଳଭାଗରେ ଏକ ଫାଟ ଦେଖାଦେଇଛି। ଗୁମୁଟରେ ଥିବା ପଦ୍ମ ପାଖୁଡ଼ାରେ ଏହି ଫାଟ ଦେଖାଦେଇଥିବା ଜଣାପଡ଼ିଛି। ଏହା ସହ ଗୁମୁଟରେ ହୋଇଥିବା ଭାସ୍କର୍ଯ୍ୟରୁ କିଛି ପଥର ଖସି ତଳେ ପଡ଼ିଛି। ସେପଟେ ଏହି ଫାଟର ମରାମତି ତୁରନ୍ତ କରାଯିବ ବୋଲି ଭାରତୀୟ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)ର କଞ୍ଜରଭେସନ୍‌ ଅଧିକାରୀ ଜ୍ୟୋତି ପ୍ରକାଶ ପ୍ରଧାନ ସୂଚନା ଦେଇଛନ୍ତି।

ତେବେ ଏହାକୁ ନେଇ ଜ୍ୟୋତି ପ୍ରଧାନ କହିଛନ୍ତି, ଏହି କୋଣର କିଛି ଅଂଶ ମାଟିରେ ପୋତି ହୋଇଥିଲା। ପରିକ୍ରମା ପ୍ରକଳ୍ପ କାମ ବେଳେ ମାଟି ବାହାରିଛି। ତା’ପରେ ଏହି ଫାଟଟି ଦେଖାଯାଇଛି। ତୁରନ୍ତ ମରାମତି କରାଯିବ। ଏବେ ଉତ୍ତର ଦ୍ୱାରର ଗୁମୁଟ କାର୍ଯ୍ୟ କରାଯାଉଛି। ତେଣୁ ଏହି ଫାଟକୁ ମରାମତି ସହ ଭାସ୍କର୍ଯ୍ୟରୁ ଯେଉଁ ଫଥର ଖସିଛି, ତାକୁ ମଧ୍ୟ ସଂଗ୍ରକ୍ଷଣ କରାଯିବ। ଅନ୍ୟପଟେ ଏଏସ୍‌ଆଇ ଏହାକୁ ଅଣଦେଖା କରୁଥିବାରୁ ଫାଟ ବଢ଼ୁଥିବା ସାଧାରଣରେ ମତ ପ୍ରକାଶ ପାଇଛି। ମନ୍ଦିରରେ ଥିବା ଫାଟକୁ ତୁରନ୍ତ ମରାମତି ପାଇଁ ଭକ୍ତମାନେ ଦାବି କରିଛନ୍ତି।

 

Get real time updates directly on you device, subscribe now.