fbpx

(Video) Miss You Natasha… ବିଶ୍ୱକପ ଜିତିବା ପରେ ପତ୍ନୀଙ୍କୁ ଭିଡିଓ କଲ କଲେ ହାର୍ଦ୍ଦିକ!

Advertisement

ଓଡ଼ିଶା ଭାସ୍କର: ଟି-୨୦ ଫର୍ମାଟ କ୍ରିକେଟର ନୂଆ ବାଦଶାହ ପାଲଟିଛି ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଦ୍ୱିତୀୟ ଟାଇଟଲ ନିଜ ନାମରେ କରିଛି । ୧୭ ବର୍ଷର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇ ବିଶ୍ୱବିଜୟୀ ସାଜିଛି ରୋହିତ ସେନା । ଉପ-ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ବୋଲିଂ ଭାରତକୁ ବିଶ୍ୱକପ ଭେଟି ଦେଇଛି । ତେବେ ବିଶ୍ୱବିଜୟୀ ହେବା ପରେ ହାର୍ଦ୍ଦିକଙ୍କର ମନେ ପଡ଼ିଛନ୍ତି ପତ୍ନୀ ନତାଶା । ପଡ଼ିଆ ଭିତରୁ ପତ୍ନୀଙ୍କୁ ଭିଡିଓ କଲ୍ କରି ସେ କଥା ହୋଇଥିାରବ ଫଟୋ ଏବେ ଭାଇରାଲ ହେଉଛି । ବିଶ୍ୱକପ ବିଜୟର କୋହ ଏବଂ ଦାମ୍ପତ୍ୟ ଜୀବନର କୋହରେ କାନ୍ଦି ପକାଇଛନ୍ତି ହାର୍ଦ୍ଦିକ । କାନ୍ଦି କାନ୍ଦି ପତ୍ନୀଙ୍କ ସହ କଥା ହେଉଥିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ।

ପାରିବାରିକ ବିବାଦ, ଦର୍ଶକଙ୍କ କଟୁ କଥା ଆହୁରି ଅନେକ… କେଇଟା ଦିନ ଭିତରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିତରୁ ଖୁବ କଷ୍ଟ ଆଉ ଯନ୍ତ୍ରଣା ଦେଇଛି । କିନ୍ତୁ ସେସବୁକୁ ଭୁଲି ହାର୍ଦ୍ଦିକ ବିଶ୍ୱକପ ଖେଳିବାକୁ ଦଳ ସହ ସାମିଲ ହୋଇଥିଲେ । ଆଇପିଏଲ ପ୍ରଦର୍ଶନକୁ ଭୁଲି ଭାରତ ପାଇଁ ଫେରିଥିଲେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସାରା ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଥିବା ବେଳେ ଫାଇନାଲ ମ୍ୟାଚରେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ ସାଜିଛି । ତେବେ ଦଳ ଜିତିବା ପରେ ପାଣ୍ଡ୍ୟା ମୈଦାନ ଉପରେ କାନ୍ଦିବାକୁ ଲାଗିଥିଲେ । ନିଜ ହୃଦୟର କଥା ପରିପ୍ରକାଶ କରିଥିଲେ । ପଡିଆରେ ବସି ସେ ଭିଡିଓ କଲ କରୁଥିବା ଦେଖାଯାଇଥିଲା । ଫ୍ୟାନ୍ସ ଅନୁମାନ କରୁଛନ୍ତି କି ସେ ପତ୍ନୀ ନତାଶାଙ୍କ ସହ କଥା ହୋଇଥିଲେ । ଯାହାଙ୍କ ସହ ଗତ କିଛି ଦିନ ପୂର୍ବରୁ ଛାଡପତ୍ର ନେଇ ଆଲୋଚନା ଜୋର ଧରିଥିଲା ।

 

View this post on Instagram

 

A post shared by Voompla (@voompla)

ଟି୨୦ ବିଶ୍ୱକପ ଆରମ୍ଭରୁ ହିଁ ହାର୍ଦିକ ଓ ପତ୍ନୀ ନତାଶାଙ୍କ ଅଲଗା ହେବା ଖବର ଚର୍ଚ୍ଚାରେ ରହିଛି । ଯେତେବେଳେ କି ସେମାନେ କିଛି ବୟାନ ଦେଇନାହାନ୍ତି । ହାର୍ଦିକ ମ୍ୟାାଚ ଜିତିବା ପରେ କହିଥିଲେ କି, ଗତ ୬ ମାସରେ ସେ ଯେଉଁ ପରିସ୍ଥିତି ଦେଇ ଯାଇଛନ୍ତି, ତା ପରେ ବି ସେ ଚୁପ୍ ରହିଛନ୍ତି । ସେ ନିଜ ପ୍ରଦର୍ଶନରେ ଏହାର ଜବାବ ଦେବାକୁ ଚାହୁଁଥିଲେ ଏବଂ ଏହାକୁ ସେ ଫାଇନାଲରେ କରି ଦେଖାଇଛନ୍ତି । ହାର୍ଦିକଙ୍କ ଫଟୋ ଓ ଭିଡିଓ ଦେଖିବା ପରେ ଫ୍ୟାନ୍ସଙ୍କୁ ଲାଗୁଛି କି ନତାଶା ଓ ହାର୍ଦିକଙ୍କ ଭିତରେ ସବୁକିଛି ଠିକ ଅଛି । କାରଣ ହାର୍ଦିକ ମ୍ୟାାଚ ପରେ ପତ୍ନୀଙ୍କ ସହ ଭିଡିଓ କଲରେ କଥା ହେଉଥିବା ସେମାନେ ଦାବି କରିଛନ୍ତି ।

ସୂଚନା ଅନୁସାରେ, ବିଶ୍ୱକପ ଫାଇନାଲ ମ୍ୟାଚରେ ହେନେରିକ କ୍ଲାସେନଙ୍କୁ ସେ ଆଉଟ କରିବା ପରେ ଭାରତୀୟଙ୍କ ମନୋବଳ ଟିକିଏ ବଢିଥିଲା । କ୍ଲାସେନ ପ୍ରାୟତଃ ଅକ୍ଷର ପଟେଲଙ୍କ ଓଭରରେ ଛକା ମାରି ଭାରତ ଠାରୁ ଟ୍ରଫି ଛଡେଇନଇଥିଲେ । ହେଲେ ଏମିତି କଠିନ ପରିସ୍ଥିତିରେ ଧୈର୍ଯ୍ୟ ସହକାରେ ରୋହିତ ଶର୍ମା ଯେତେବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଲ ଦେଇଥିଲେ, ସେ ଓଭରର ପ୍ରଥମ ବଲରେ ହିଁ କ୍ଲାସେନଙ୍କୁ ଆଉଟ କରି ଭାରତକୁ ବିଜୟ ଆଡକୁ ନେଇଥିଲେ । ଏହାପରେ ଶେଷ ଓଭରରେ ଡାଭିଡ ମିଲରଙ୍କ ଭଳି ୱିକେଟ ନେଇ ଟିମ ଇଣ୍ଡିଆର ବିଜୟ ସୁନିଶ୍ଚିତ କରିଥିଲେ ଉପ-ଅଧିନାୟକ ହାର୍ଦ୍ଦିକ । ତେବେ ଶେଷ ଓଭରରେ ୧୬ ରନ ଆବଶ୍ୟକ ଥିବା ବେଳେ ହାର୍ଦ୍ଦିକ ଏହାକୁ ଡିଫେଣ୍ଡ କରିବାରେ ସଫଳ ହୋଇଛନ୍ତି । ଫାଇନାଲ ମ୍ୟାଚରେ ହାର୍ଦ୍ଦିକଙ୍କ ୩ ଓଭରର ସ୍ପେଲ ଭାରତ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଥିଲା ।

Get real time updates directly on you device, subscribe now.