fbpx

ତାଳଚେରରୁ ଉଦ୍ଧାର ହେଲେ ନିଖୋଜ ବିରଜୁ

ସୁନ୍ଦରଗଡ଼, ୫ା୧ (ଓଡିଶା ଭାସ୍କର): ପାକିସ୍ତାନର ଲାହୋର ଜେଲରେ ଦୀର୍ଘ ୨୦ ବର୍ଷ ଜେଲ ସଜ୍ଜା କଟାଇବା ପରେ ସ୍ୱଦେଶକୁ କିଛିଦିନ ପୂର୍ବରୁ ଫେରିଥିଲେ ବିରଜୁ କୁଲୁ । ତେବେ ଘରକୁ ଫେରିବାର କିଛିଦିନ ପରେ ଗତ ୨ ତାରିଖରୁ ସେ ନିଖୋଜ ଥିଲେ । ଆଜି ତାଙ୍କୁ ତାଳଚେରରୁ ସ୍ଥାନୀୟ ପୋଲିସ ଉଦ୍ଧାର କରିଥିବା ଜଣାପଡ଼ିଛି ।

୨୦୨୦ ମସିହା ନମ୍ବେମ୍ବର ମାସ ୧୩ ତାରିଖରେ ବିରଜୁ ତାଙ୍କର ନିଜ ଗ୍ରାମ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଅଧିନସ୍ଥ କଟଙ୍ଗ ଗ୍ରାମକୁ ଫେରିଥିଲେ । ବିରଜୁଙ୍କ ନିଖୋଜ ହେବା ଖବର ଚାରିଆଡ଼େ ଚର୍ଚ୍ଚା ହୋଇଥିଲା । ତେବେ ମାନସିକ ଭାରସାମ୍ୟ ହରାଇ ସେ ଘରୁ ବାହାରି ଟ୍ରକରେ ଚାଲିଯାଇଥିଲେ ବୋଲି ଜଣାପଡ଼ିଛି । ତାଳଚେର ଅଞ୍ଚଳରେ ସେ ବୁଲୁଥିବା ସମୟରେ ସ୍ଥାନୀୟ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା ।

Get real time updates directly on you device, subscribe now.