ପୁରୀ: ପୁରୀ ଜିଲ୍ଲା ପିପିଲିର ଡେଲାଙ୍ଗ ଅଞ୍ଚଳରେ ନିଖୋଜ ହୋଇଥିବା ନାବାଳକକୁ ଉଦ୍ଧାର କରିଛି ପୁଲିସ। 24 ଘଣ୍ଟାରୁ ଅଧିକ ସମୟ ଧରି ବେନୁପଡ଼ା ଗାଁର ଦଶମ ଶ୍ରେଣୀ ଛାତ୍ର ସନ୍ଦୀପ ରାଉତ ନିଖୋଜ ଥିଲେ।
ଯାହାଙ୍କ ଅଭିଯୋଗ ନେଇ ତାଙ୍କ ବାପା ମାଆ ଥାନାର ଦ୍ୱାରସ୍ଥ ହୋଇଥିଲେ। ଚାଁହୁ ଚାଁହୁ ଘଟଣା ବିଷୟରେ ଚାରିଆଡେ ବ୍ୟାପିଗଲା। ଟିଭିରେ ଏହି ଘଟଣା ସମ୍ବନ୍ଧରେ ପ୍ରସାରଣ ହେବା ପରେ ପିଲା ନିଖୋଜ ବିଷୟରେ ସମସ୍ତେ ସୂଚନା ପାଇଥିଲେ।
ପୁଲିସ ମଧ୍ୟ ବହୁତ ଖୋଜାଖୋଜି କରୁଥିଲା ଏବଂ ଶେଷରେ ପୁଲିସ ପୁରୀ ବସଷ୍ଟାଣ୍ଡ ଠାରୁ 3କିମି ଦୂରରୁ ନାବାଳକ ସନ୍ଦୀପ ରାଉତଙ୍କୁ ଉଦ୍ଧାର କରିଛି। ପୁରା ପରିବେଶରେ କାନ୍ଦର ମାହୋଲ ଥିବାବେଳେ ଏବେ ପୁଅକୁ ପାଇ ସମସ୍ତେ ଖୁସି।