fbpx

ନିଖୋଜ ଥିବା ପର୍ବତାରୋହୀ ଅନୁରାଗ ମାଲୁ ସୁରକ୍ଷିତ ଭାବେ ଉଦ୍ଧାର, ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ନିଖୋଜ ଥିଲେ

AAKASH

ନୂଆଦିଲ୍ଲୀ: ବିଶ୍ୱର ଦଶମ ଉଚ୍ଚତମ ପର୍ବତ ଶିଖର ଅନ୍ନପୂର୍ଣ୍ଣା ଠାରୁ ଏକ ଭୟଙ୍କର ଝଡରେ ନିଖୋଜ ହୋଇଯାଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁଙ୍କ ପତ୍ତା ମିଳିଛି । ତାଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କ ସହ ନିଖୋଜ ଥିବା ଅନ୍ୟ ଜଣେ ପର୍ବତାରୋହୀ ବାଲଜିତ କୌରଙ୍କୁ ମଧ୍ୟ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ରାଜସ୍ଥାନର କିଶାନଗଡର ବାସିନ୍ଦା ମାଲୁ (୩୪) ସୋମବାର ଦିନ କ୍ୟାମ୍ପ -୩ ରୁ ଓହ୍ଲାଇବା ସମୟରେ ପ୍ରାୟ ୬,୦୦୦ ମିଟର ଉଚ୍ଚତାରୁ ଖସିଯିବା ପରେ ନିଖୋଜ ହୋଇଯାଇଥିଲେ। ସେବେ ଠାରୁ ତାଙ୍କର ଖୋଜାଖୋଜି ଚାଲିଥିଲା । ଏହି ସର୍ଚ୍ଚ ଅବରେସନ୍ ରେ ଏକ ବିମାନ ମଧ୍ୟ ସାମିଲ କରାଯାଇଥିଲା ।

ଉଦ୍ଧାରକାରୀମାନେ ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ, ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ତାଙ୍କ ଭାଇ ସୁଧୀର ସୂଚନା ଦେଇଛନ୍ତି ।

ମିଳିତ ଜାତିସଂଘର ଗ୍ଲୋବାଲ୍ ଲକ୍ଷ୍ୟ ହାସଲ କରିବା ପାଇଁ ମାଲୁ ସାତୋଟି ମହାଦେଶରେ ୮,୦୦୦ ମିଟରରୁ ଅଧିକ ୧୪ ଟି ପର୍ବତ ଶିଖର ଛୁଇଁବା ଏକ ମିଶନରେ ଅଛନ୍ତି। ସେ ଗତ ସପ୍ତାହରେ ଅନ୍ନପୂର୍ଣ୍ଣା ପର୍ବତ ଚଢିବା ସ୍ଥିର କରିଥିଲେ । ଏପ୍ରିଲ ୧୭ ରେ କ୍ୟାମ୍ପ -୩ ରୁ ଓହ୍ଲାଇଥିବାବେଳେ ୬,୦୦୦ ମିଟର ଉଚ୍ଚତାରୁ ଖସି ପଡ଼ିଥିଲେ ଏବଂ ସେବେଠାରୁ ନିଖୋଜ ଥିଲେ ।

Get real time updates directly on you device, subscribe now.