fbpx

ନଭେମ୍ବରରୁ ଆରମ୍ଭ ହେବ ମିଶନ ଅଲିଭ, ଏଥି ପାଇଁ ବନ ବିଭାଗ ଚଲାଇଛି ପ୍ରସ୍ତୁତି

ରାଜନଗର : ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରା ଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ରକୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ମାଛ ଧରା ଉପରେ କଟକଣା ଜାରି ହୋଇଛି । କାରଣ କେନ୍ଦ୍ରାପଡା ଜିଲ୍ଲାର ସାମୁଦ୍ରିକ ଅଭ୍ୟାରଣ୍ୟ ଗହୀରମଥାକୁ ସୁରକ୍ଷିତ ମନେ କରି ବଂଶ ବୃଦ୍ଧି କରିବାକୁ ସମୁଦ୍ରରୁ ହଜାର ହଜାର ସଂଖ୍ୟାର କଇଁଚ୍ଛ ମାନେ ଆସନ୍ତି । ୧୯୯୭ ମସିହାରେ ଏହାକୁ ସାମୁଦ୍ରିକ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା । କଇଁଛମାନେ ଏହି ସ୍ଥାନକୁ ସୁରକ୍ଷତି ଭାବି ଏଠାକୁ ଆସନ୍ତି ।ତେବେ ଏନେଇ ବନ ବିଭାଗର ପ୍ରସ୍ତୁତି ଶେଷ ହୋଇଛି । ଏଠାରେ କଇଁଛମାନଙ୍କୁ ସୁରକ୍ଷା ଦେବାକୁ କ୍ୟାମ୍ପ ମଧ୍ୟ ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.