fbpx

ଲୋକଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟିଲେ ବିଧାୟକ ମହମ୍ମଦ ମୋକିମ

କଟକ,୧୭ ।୩(ଓଡିଶା ଭାସ୍କର): କରୋନା ଭାଇରସକୁ ନେଇ ଚିନ୍ତାରେ ସାରା ବିଶ୍ୱ । ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସଜାଗ ଓ ସ୍ୱଚ୍ଛ ରଖିବା ଜରୁରୀ । ସୁରକ୍ଷା ଦୃଷ୍ଟିରୁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଥିବା ବେଳେ ନେତା ଓ ମନ୍ତ୍ରୀମାନେ ମଧ୍ୟ ଲୋକମାନଙ୍କ ସଚେତନ କରାଇବାରେ ଲାଗିଛନ୍ତି । ସେହିଭଳି ସାହି ସାହି ବୁଲି କରୋନା ଭୂତାଣୁ ବିଷୟରେ ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ଓ ସାନିଟାଇଜର ବାଣ୍ଟିଛନ୍ତି କଟକ ବାରବାଟୀ ବିଧାୟକ ଶ୍ରୀ ମହମ୍ମଦ ମୋକିମ ।

କରୋନା ଭାଇରସ୍ ଫଳରେ ଭୟଭୀତ ନହୋଇ ସଚେତନ ରହିବାକୁ ସେ ଲୋକମାନଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.