fbpx

ନିର୍ବାଚନ ପୂର୍ବରୁ ଉଦ୍ଧବଙ୍କ ହାତ ଛାଡ଼ିଲେ ଆଉ ଜଣେ ବିଧାୟକ: ଶିନ୍ଦେ ଗ୍ରୁପରେ ସାମିଲ ହେଲେ ରବିନ୍ଦ୍ର ବାୟକର

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ତା’ ପୂର୍ବରୁ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କୁ ଲାଗିଛି ପୁଣି ଏକ ଝଟକା । ପୁଣି ଜଣେ ବିଧାୟକ ତାଙ୍କ ହାତ ଛାଡ଼ିଛନ୍ତି । ବିଧାୟକ ରବିନ୍ଦ୍ର ବାୟକର ଆଜି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବାସଭବନରେ ପହଞ୍ଚିବା ସହିତ ଶିବସେନାର ଶିନ୍ଦେ ଗ୍ରୁପରେ ସାମିଲ ହୋଇଛନ୍ତି । ତେବେ ବାବା ସାହେବ ଠାକରେଙ୍କ ବିଚାରାଧାରରେ ପ୍ରେରିତ ହୋଇ ରବିନ୍ଦ୍ର ଶିନ୍ଦେ ଗ୍ରୁପରେ ସାମିଲ ହୋଇଥିବା ଏକନାଥ କହିଛନ୍ତି ।

ଏହି ଅବସରରେ ଏକନାଥ କହିଥିଲେ, ବର୍ତ୍ତମାନ ସମୟରେ ମହାରାଷ୍ଟ୍ର ସରକାର ଲୋକଙ୍କ ପାଇଁ କାମ କରୁଛନ୍ତି ଏହା ରବିନ୍ଦ୍ର ଭଲ ଭାବେ ଜାଣିଛନ୍ତି । ତେଣୁ ସେ ଆମ ଗ୍ରୁପରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୁଁ ତାଙ୍କୁ ସ୍ୱାଗତ କରୁଛି । ମୁଁ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରୁଛି । ଆମେ ନକାରାତ୍ମକ ଜିନିଷକୁ ସକାରାତ୍ମକରେ ପରିବର୍ତ୍ତନ କରିପାରିବା । ସୂଚନାଯୋଗ୍ୟ ଯେ, ରବିନ୍ଦ୍ରଙ୍କ ପଞ୍ଚତାରକା ହୋଟେଲ ଜମି ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଯାଞ୍ଚ କରୁଛି । ସେଥିପାଇଁ ପଚରାଉଚରା ପାଇଁ ତାଙ୍କୁ ଇଡି ପକ୍ଷରୁ ସମନ ମଧ୍ୟ ଜାରି କରାଯାଇଥିଲା । ତେଣୁ ଇଡି କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇବା ପାଇଁ ରବିନ୍ଦ୍ର ଶିନ୍ଦେ ଗ୍ରୁପରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.