Breaking: ଆଉ ହେବନି ସଡ଼କ ଦୁର୍ଘଟଣା, ମୋ ବସର ନାମ ପରିବର୍ତ୍ତନ ସହିତ ଲାଗିବ କ୍ୟାମେରା
‘ମୋ ବସ୍’ର ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍ ।
ଭୁବନେଶ୍ବର: ମୋ ବସ୍ ନେଇ ବଡ଼ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ । ‘ମୋ ବସ୍’ର ନାଁ ପରିବର୍ତ୍ତନ ହୋଇ ହେବ ‘ଆମ ବସ୍’ । ଏନେଇ କହିଛନତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗଣମାଧ୍ୟମକୁ ଆଜି ସେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।
ପୂର୍ବ ସରକାରକୁ କଟାକ୍ଷ- ‘ମୋ ବସ୍’ ଏକ ଅହଂକାର ଶବ୍ଦ କହିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ମୋହନ ସରକାର ଲୋକଙ୍କ ସରକାର, ଆମର କହିବା ଠିକ୍ ହେବ ବୋଲି କହିଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ।
ଦୁର୍ଘଟଣା ରୋକିବା ପାଇଁଁ ଲାଗିବ କ୍ୟାମେରା- ଗତ କିଛି ଦିନ ହେବ ଲଗାତାର ମୋ ବସ୍ ଦୁର୍ଘଟଣା ଘଟାଉଥିବା ଖବର ସାମ୍ନାକୁ ଆସୁଛି । ତେବେ ଏନେଇ ଆଜି ମନ୍ତ୍ରୀ କହିଛନ୍ତି ଦୁର୍ଘଟଣା ରୋକିବାକୁ ବସ୍ର ଆଗରେ ଓ ପଛରେ କ୍ୟାମେରା ଲାଗିବ ।
ଡ୍ରାଇଭର ଆଲର୍ଟ ରହିବାପାଇଁ ବସ୍ରେ ଆଡସ୍ ମଧ୍ୟ ଲାଗିବ । ଯଦି ଡ୍ରାଇଭରଙ୍କ ଆଖି ଲାଗିଯାଏ ତାହେଲେ ସାଇରନ୍ ବାଜିବ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର ।