fbpx

ବଲାଙ୍ଗିର ମେଡିକାଲ ଛାତ୍ରଙ୍କ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ମୋବାଇଲ ଚାଟିଂ, ଏବେ ଫିଟିବ ପରଦା ପଛର ଅସଲ ରହସ୍ୟ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଲାଙ୍ଗିର ଜିଲ୍ଲା ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ମୃତ୍ୟୁବରଣ କରିଥିବା ଛାତ୍ରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ନିଶାନ୍ତ ତାଙ୍କର ଜଣେ ବିଦେଶୀ ବନ୍ଧୁଙ୍କ ସହ ମୋବାଇଲରେ ଚାଟିଂ କରିଥିବା ଜଣାପଡ଼ିଛି । ନିଶାନ୍ତଙ୍କୁ ସିନିୟରମାନେ ର୍ୟାଗିଂ କରିବା ସହ ଖେଳ ପଡ଼ିଆକୁ ଜୋରଜବରଦସ୍ତ ଡାକି ନେଉଥିଲେ । ଜୁନିୟରଙ୍କୁ ସିନିୟରଙ୍କ ସହ ଖେଳିବାକୁ ଓ ପାର୍କ ଯିବାକୁ ଅନୁମତି ମିଳୁନଥିଲା । ସିନିୟରଙ୍କ ବିରୋଧରେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାକୁ ନିଶାନ୍ତ ଡରୁଥିବା ଚାଟିଂରୁ ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଏମବିବିଏସ ପ୍ରଥମ ବର୍ଷର ଛାତ୍ର ଥିଲେ ହରିୟାଣାର ନିଶାନ୍ତ କୁମାର । ନିଶାନ୍ତ ମଧ୍ୟାହ୍ନ ଭୋଜନ କରି ସାରିବା ପରେ ଛାତ ଉପରକୁ ଯାଇଥିବା ସମୟରେ କୌଣସି କାରଣରୁ ତଳକୁ ଖସି ପଡ଼ିଥିଲେ । ସେ କିପରି ଖସିଲେ ସେ ନେଇ କେହି କିଛି ଜାଣି ନଥିଲେ । ପରେ ନିଶାନ୍ତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ନିଶାନ୍ତଙ୍କ ମୃତ୍ୟୁ ଏକପ୍ରକାର ରହସ୍ୟ ଘେରରେ ରହିଛି । ତାଙ୍କୁ କିଏ ହତ୍ୟା କରିଛି କି ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ସନ୍ଦେହ ଘେରରେ । ଏହି ଘଟଣାରେ ପୋଲିସ ମେଡିକାଲ କଲେଜ କ୍ୟାମ୍ପସରେ ପହଞ୍ଚି ନିଶାନ୍ତଙ୍କର କିଛି ସିନିୟର ଓ ଜୁନିୟର ବନ୍ଧୁଙ୍କୁ ପଚରାଉଚରା କରିଛି । ଅନ୍ୟପକ୍ଷରେ କଲେଜରେ ର୍ୟାଗିଂ ହେଉଥିବା ନେଇ ନିଶାନ୍ତ ଫୋନ୍ କରି ଘର ଲୋକଙ୍କୁ ଜଣାଇଥିବା ତାଙ୍କର ମାମୁଁ କହିଥିଲେ । ମାତ୍ର ଏହି ଅଭିଯୋଗକୁ କଲେଜ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ ।

Get real time updates directly on you device, subscribe now.