fbpx

ମିଶନ ୨୦୨୪ ପ୍ରସ୍ତୁତି: ବଦଳିବ ମୋଦୀ କ୍ୟାବିନେଟ, ଧର୍ମେନ୍ଦ୍ରଙ୍କୁ ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ମେଗା ଫାଇଟ୍ । ସେଥିପାଇଁ ବିରୋଧୀମାନେ ଏକାଠି ହେବା ଆରମ୍ଭ କରିଦେଲେଣି । ଏହାକୁ ଦୃଷ୍ଟିରେ ରଖି ବିଜେପି ମଧ୍ୟ ତା’ର ସଂଗଠନ ସଜାଡ଼ିବାକୁ ଆରମ୍ଭ କରିଦେଇଛି । ତେବେ ମିଶନ ୨୦୨୪ ପ୍ରସ୍ତୁତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ଏକ ବଡ଼ଧରଣର ପରିବର୍ତ୍ତନ ହୋଇପାରେ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏନେଇ କିଛି ବଡ଼ ନିଷ୍ପତ୍ତି ନିଆଯିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

ଏକ ବିଶ୍ୱସ୍ତ୍ର ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବଙ୍କୁ ଏଥର ଦଳ ବଡ଼ ଦାୟିତ୍ୱ ଦେବା ନେଇ ଯୋଜନା କରୁଛି । ଗୁଜରାଟ, କର୍ଣ୍ଣାଟକ ସମେତ ୩ଟି ରାଜ୍ୟରେ ଦଳ ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିପାରେ । ଗତ ୨୦୧୯ ନିର୍ବାଚନ ସମୟରେ ବିଜେପି ଓଡ଼ିଶା ଉପରେ ଅଧିକ ଫୋକସ କରି ଲୋକସଭାରେ ଅଧିକ ସିଟ୍ ହାତେଇ ପାରିଥିଲା । ତେଣୁ ଆଗାମୀ ନିର୍ବାଚନକୁ ରଖି ବିଜେପି ପଶ୍ଚିମ ଓଡ଼ିଶାର ଜଣେ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । ତେଣୁ ଏନେଇ ଦଳ କିଛି ବଡ଼ ନିଷ୍ପତ୍ତି ନେଇପାରେ ।

ରିପୋର୍ଟ ମୁତାବକ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟିମରେ କିଛି ନୂଆ ନେତାଙ୍କୁ ସାମିଲ କରାଯିବ । ସେଥିରେ ୩ ଜଣ ଜେନେରାଲ ସେକ୍ରେଟାରୀ, ୪ ଜଣ ସେକ୍ରେଟାରୀ, ୩ ଜଣ ଯୁଗ୍ମ ସଚିବ ସାମିଲ ହୋଇ ପାରନ୍ତି । ସେହିପରି ମୋଦୀ କ୍ୟାବିନେଟରେ ଉତ୍ତରପ୍ରଦେଶରୁ ୪ ଜଣ, ମଧ୍ୟପ୍ରଦେଶରୁ ଜଣେ, ରାଜସ୍ଥାନରୁ ଜଣେ, ଛତିଶଗଡ଼ରୁ ଜଣେ, ମହାରାଷ୍ଟ୍ରରୁ ୨ ଜଣ ଓ ତେଲେଙ୍ଗାନାରୁ ୨ ନୂଆ ସଦସ୍ୟଙ୍କୁ ସ୍ଥାନ ମିଳିପାରେ । ଏଥିସହିତ ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶର ରାଜ୍ୟ ଶାଖାରେ ଦଳ କିଛି ପରିବର୍ତ୍ତନ କରିପାରେ ।

Get real time updates directly on you device, subscribe now.