fbpx
BJD
BJD SKY
BJD SKY

ସରକାର ଦେଲେ ଖୁସି ଖବର; ଡାଲି ଉପରୁ ଛାଡ କଲେ ଆମଦାନୀ ଶୁଳ୍କ, ଏବେ ୨୨ ପ୍ରତିଶତ ଶସ୍ତା ହୋଇଯିବ ଏହି ଡାଲି

BJD

ନୂଆଦିଲ୍ଲୀ: ପନିପରିବା ସହିତ ଡାଲିର ଦର ବୃଦ୍ଧି ସାଧାରଣ ଜନତାଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । କିନ୍ତୁ ଏବେ ଆମେ ଆପଣଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛୁ । ଏହି ଖୁସି ଖବରଟି ହେଉଛି ସରକାର ସାଧାରଣ ଜନତାଙ୍କ ଲାଗି ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ସରକାର ଆମେରିକାରୁ ଆମଦାନୀ ହେଉଥିବା ମସୁର ଡାଲି ଉପରେ ଆମଦାନୀ ଶୁଳ୍କ ଛାଡ କରି ଦେଇଛନ୍ତି । ଏହା ବ୍ୟତିତ ଦେଶ ଭିତରେ ଡାଲିର ଅବୈଧ ଭଣ୍ଡାରଣ ଉପରେ ମଧ୍ୟ ପ୍ରତିବନ୍ଧ ଲଗାଇଛନ୍ତି ।

ସରକାରଙ୍କ ଲକ୍ଷ୍ୟ ରହିଛି ସମସ୍ତ ସମ୍ଭାବିତ ଦିଗରୁ ଡାଲି ଯୋଗାଣ ସୁନିଶ୍ଚିତ କରିବା । ଘରୋଇ ବଜାରରେ ଡାଲିର ମୂଲ୍ୟ ଏବେ ହୁ ହୁ ହୋଇ ବଢିବାରେ ଲାଗିଛି । ମାତ୍ର ଏକ ମାସ ଭିତରେ ହରଡ ଡାଲିର ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି ପାଇଛି । ଏହାର କାରଣ ମୋଜାମ୍ବିକରୁ ହରଡ ଡାଲି ଆମଦାନୀରେ ବିଳମ୍ବ । ଏହା ବ୍ୟତିତ ଅଗଷ୍ଟରେ ଖରିଫ ଫସଲ ଅମଳ ହେବାରେ ବି ବିଳମ୍ବ ହୋଇଛି । ଏହା ସହିତ ମୁଗ ଡାଲି ଯୋଗାଣ ବି ପ୍ରଭାବିତ ହୋଇଛି । ଏବେ ବ୍ୟବସାୟୀମାନେ ମୁଗ ଡାଲି ଆମଦାନୀ କରିବାକୁ ମଧ୍ୟ ସରକାରଙ୍କୁ ପରାମର୍ଶ ଦେଲେଣି ।

ଆମେରିକାରୁ ଆସୁଥିବା ମସୁର ଡାଲି ଉପରେ ଏବେ ସରକାର ୨୨ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଉଛନ୍ତି । ତେବେ ଏହି ନିଷ୍ପତ୍ତି ଜି୨୦ ସମ୍ମିଳନୀ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଆସିବାର ଗୋଟିଏ ଦିନ ପୂର୍ବରୁ ଲାଗୁ କରି ଦିଆଯାଇଛି । ଏବେ ମୋଦୀ ସରକାର ମସୁର ଡାଲି ଉପରେ ୨୨ ପ୍ରତିଶତ ଆମଦାନୀ ଶୁଳ୍କକୁ ହ୍ରାସ କରି ଶୂନ କରି ଦେଇଛନ୍ତି । ଏହା ୬ ସେପ୍ଟେମ୍ବର ୨୦୨୩ରୁ ଲାଗୁ ହୋଇଯାଇଛି । ଏବେ ଏହି ଡାଲି ସିଧା ଆମେରିକାର ଭାରତ ଆସିବ ଯାହା ପୂର୍ବରୁ କାନାଡା ଦେଇ ଭାରତ ଆସୁଥିଲା ।

ଏହା ବ୍ୟତିତ ସରକାର ମହଜୁଦକାରୀଙ୍କ ଉପରେ ବି କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡାଲିର କଳାବଜାରୀ ଓ ଅବୈଧ ଉପାୟରେ ମହଜୁଦ ରୋକିବା ଲାଗି ପ୍ରତି ସପ୍ତାହରେ ଷ୍ଟକ ରିପୋର୍ଟ ଦେବାକୁ ଜରୁରୀ କରିଦିଆଯାଇଛି । ଏହାଦ୍ୱାରା ଘରୋଇ ବଜାରରେ ଡାଲିର ଚାହିଦାକୁ ପୂରଣ କରାଯାଇପାରିବ ।

Get real time updates directly on you device, subscribe now.