fbpx

୯ ବର୍ଷରେ ମୋଦୀ ସରକାରଙ୍କ ଯାତ୍ରା: ନୋଟବନ୍ଦ, ୩୭୦ ସହ ନେଇଛନ୍ତି ଏହି ଐତିହାସିକ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ନିଜ କାର୍ଯ୍ୟକାଳର ୯ବର୍ଷ ପୂରଣ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୧୪ ମେ’ ୨୬ ତାରିଖରେ ସେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି କାର୍ଯ୍ୟକାଳ ଆରମ୍ଭ କରିଥିଲେ । ତେବେ ଏହି ୯ ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ବଡ ନିଷ୍ପତ୍ତି ନେଇଛନ୍ତି ମୋଦୀ ସରକାର । ୯ ବର୍ଷ ଭିତରେ ଅନେକ ଐତିହାସିକ ନିଷ୍ପତ୍ତି ନେଇ ସେ ଦେଶବାସୀଙ୍କ ହୃଦୟ ଜିତି ପାରିଛନ୍ତି । ଏହାର କିଛି ଉଦାହରଣ ଭାବରେ ଏହି ୬ଟି ନିଷ୍ପତ୍ତିକୁ ନିଆଯାଇପାରେ ।

  • ୩୭୦ ଧାରା ପ୍ରତ୍ୟାହାର:
    ମୋଦୀ ସରକାରଙ୍କର ସବୁଠୁ ବଡ ନିଷ୍ପତ୍ତି ଭିତରୁ ଗୋଟିଏ ହେଉଛି ୩୭୦ ଦାରା ଉଚ୍ଛେଦ । ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଉଠାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ୨୦୧୯ ଅଗଷ୍ଟ ୫ ତାରିଖରେ ସମ୍ବିଧାନର ୩୭୦ ଧାରାରୁ ଅଧିକାଂଶ ବିଭାଗ ରଦ୍ଦ କରାଯାଇଥିଲା । ମେଦୀ ସରକାରଙ୍କର ଏହି ନିଷ୍ପତ୍ତି ଜାମ୍ମୁ ଏବଂ କାଶ୍ମୀରକୁ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଥିଲା । ଏହାସହିତ ଜମ୍ମୁ-କାଶ୍ମୀରରେ ଦେଶର ସମସ୍ତ ଆଇନ କାନୁନ ଲାଗୁ ହୋଇଥିଲା, ଯାହା ୭୦ ବର୍ଷରୁ ଲାଗୁ କରାଯାଇ ପାରିନଥିଲା । ବର୍ତ୍ତମାନ ସେଠାକାର ଲୋକମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ପାଇପାରୁଛନ୍ତି ।
  • ତିନ ତଲାକ୍:
    ୨୦୧୯ ଜୁଲାଇ ୩୦ ତାରିଖରେ ଆଉ ଏକ ବଡ ନିଷ୍ପତ୍ତି ନେଇଥିଲେ ମୋଦୀ ସରକାର । ଏହିଦିନ ଟ୍ରିପଲ ତଲାକ ଉପରେ ପ୍ରତିବନ୍ଧକ ଲଗାଇଥିଲେ କେନ୍ଦ୍ର ସରକାର । ମୋଦୀ ସରକାରଙ୍କ ଏହି ନିୟମ ପରେ ଟ୍ରିପଲ ତଲାକକୁ ଏକ ଅପରାଧ ବର୍ଗରେ ସ୍ଥାନ ପାଇଛି ।
  • ବାଲାକୋଟ ଏୟାରଷ୍ଟ୍ରାଇକ:
    ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଜମ୍ମୁ-କାଶ୍ମୀରର ପୁଲୱାମା ଆକ୍ରମଣରେ ସହୀଦ ହୋଇଥିଲେ ୪୦ ସିଆରପିଏଫ ଜବାନ । ଆତଙ୍କୀମାନଙ୍କ ଏହି ଘୃଣ୍ୟ କ।।ନାମାର ଉଚିତ ଜବାବ ଦେଇଥିଲେ ମୋଦୀ ସରକାର । ମାତ୍ର ୧୨ ଦିନ ପରେ ୨୬ ତାରିଖ ଭୋରୁ ଭାରତୀୟ ଯବାନ କରିଥିଲେ ଏୟାରଷ୍ଟ୍ରାଇକ । ଏହି ଜବାବରେ ଜେଶ-ଏ-ମହମ୍ମଦର ଆତଙ୍କୀଙ୍କୁ ଢେର କରିଥିଲା ଇଣ୍ଡିଆନ ଆର୍ମି ।
  • ଜିଏସଟି ଲାଗୁ ନିଷ୍ପତ୍ତି:
    ପିଏମ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୨୦୧୭ ଜୁଲାଇ ୧ ତାରିଖରେ ସାରା ଦେଶରେ ଜିଏସଟି ଲାଗୁ କରିଥିଲେ । ଦେଶରେ ଏକ ଦେଶ, ଏକ ଟାକ୍ସ ସିଷ୍ଟମ ଲାଗୁ କରିବା ଏହି ନିଷ୍ପତ୍ତିର ପ୍ରମୁଖ ଉଦ୍ଦେଶ୍ୟ ଥିଲା । ଜିଏସଟି ଲାଗୁ ହେବା ଦ୍ୱାରା ସର୍ଭିସ ଟାକ୍ସ, ୱେଟ ଏବଂ ଅନ୍ୟାନ୍ୟ ଟାକ୍ସ ବନ୍ଦ ହୋଇ ଯାଇଥିଲା ।
  • ନୋଟବନ୍ଦ:
    ମୋଦୀ ସରକାରଙ୍କର ଆଉ ଏକ ବଡ ନିଷ୍ପତ୍ତି ଭାବରେ ଉଭା ହୋଇଛି ନୋଟବନ୍ଦ । ୨୦୧୬ ନଭେମ୍ବର ୮ ତାରିଖରେ ବିମୁଦ୍ରୀକରଣ କରି ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ବନ୍ଦ କରି ଦେଇଥିଲେ କେନ୍ଦ୍ର ସରକାର । ସରକାରଙ୍କର ଏହି ନିଷ୍ପତ୍ତି ଦେଶର ଅନେକ କଳାଧନ ଉପରେ ଏକ ଡିଜିଟାଲ ଷ୍ଟାଇକ ବୋଲି କୁହାଯାଉଛି ।

Get real time updates directly on you device, subscribe now.