fbpx

୪ ସଇତାନଙ୍କ ଫାଶୀକୁ ନେଇ ମୋଦୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୦ ।୩: ବହୁ ଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଆଜି ଫାଶୀ ଦିଆଯାଇଛି । ଦୀର୍ଘ ୭ ବର୍ଷର ଅପେକ୍ଷାର ଆଜି ଅନ୍ତ ଘଟିଛି । ତିହାର ଜେଲରେ ଆଜି ସକାଳ ୫.୩୦ଟାରେ ଦୋଷୀମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଯାଇଥିଲା । ନିର୍ଭୟା ଦୋଷୀଙ୍କୁ ଫାଶୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ ଜରିଆରେ ନିଜର ପ୍ରତିକ୍ରିୟା ଜଣାଇଛନ୍ତି । ସେ କହିଛନ୍ତି ଯେ, ‘ନ୍ୟାୟର ବିଜୟ ହୋଇଛି । ନାରୀ ସୁରକ୍ଷା ଓ ସମ୍ମାନ ହିଁ ଗୁରୁତ୍ୱପୂର୍ଣ୍ଣ । ଆମର ନାରୀ ଶକ୍ତି ସବୁ କ୍ଷେତ୍ରରେ ଉକ୍ରଷ ପ୍ରତିପାଦନ କରିଛନ୍ତି । ମହିଳା ସଶକ୍ତିକଣଣକୁ ଗୁରୁତ୍ୱ ଦେଉଥିବା ଏକ ରାଷ୍ଟ୍ର ଗଢିବାକୁ ହେବ । ଯେଉଁଠାରେ ସମାନତା ଓ ସୁଯୋଗକୁ ଗୁରୁତ୍ୱ ଦିଆଯିବ ।’

Get real time updates directly on you device, subscribe now.