fbpx

(Video) Surgery ପରେ ବୋଲିଂ କରୁଛନ୍ତି ମହମ୍ମଦ ଶାମୀ: T20 ବିଶ୍ୱକପରେ ମିଳିବ କି Wild Card Entry?

Advertisement

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀ ଏବେ ସମ୍ପୂର୍ଣ୍ଣ ଫିଟ୍ । ସୁସ୍ଥ ହୋଇ ପୁଣି ଥରେ ମଇଦାନକୁ ଓହ୍ଲାଇଛନ୍ତି ମହମ୍ମଦ ଶାମୀ । ପୁଣିଥରେ ପୁରୁଣା ଅନ୍ଦାଜରେ ବୋଲିଂ କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଶାମୀ ଏହି ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରିଛନ୍ତି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଏହା ଖୁବ ଭାଇରାଲ ହେଉଛି । ସେପଟେ ଶାମୀଙ୍କୁ ବୋଲିଂ କରୁଥିବାର ଦେଖି ଫ୍ୟାନ୍ସ ତାଙ୍କୁ ଟି-୨୦ ବିଶ୍ୱକପରେ ସୁଯୋଗ ଦେବା ପାଇଁ ଦାବି କରିଛନ୍ତି । ୱାଇଲ୍ଡ କାର୍ଡ ଏଣ୍ଟ୍ରି ଜରିଆରେ ବିଶ୍ୱକପରେ ଶାମୀଙ୍କୁ ଦଳରେ ସାମିଲ କରିବାକୁ ଦାବି କରିଛନ୍ତି କ୍ରିକେଟ ଫ୍ୟାନ୍ସ ।

ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀ ସର୍ଜରୀ ପରେ ପୁଣିଥରେ ମଇଦାନକୁ କମବ୍ୟାକ କରିଛନ୍ତି । ଦିନିକିଆ ବିଶ୍ୱକପରେ ଆହତ ହୋଇଥିବା ଶାମୀ ଆଇପିଏଲରୁ ଦୂରେଇ ରହିଥିବା ବେଳେ ଟି-୨୦ ବିଶ୍ୱକପରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ତେବେ ଏହା ଭିତରେ ନିଜ ଇନଷ୍ଟାଗ୍ରାମରେ ସେ ଏକ ଭିଡିଓ ଅପଲୋଡ କରିଛନ୍ତି । ଦୀର୍ଘ ଦିନ ପରେ ଏହି ଭିଡିସରେ ତାଙ୍କୁ ବୋଲିଂ କରୁଥିବାର ଦେଖିବାକୁ ମିଳିଛି । ସର୍ଜରୀରୁ ସୁସ୍ଥ ହୋଇ ପୁଣିଥରେ ସେ ଟ୍ରେନିଙ୍ଗ ଆରମ୍ଭ କରି ଦେଇଛନ୍ତି । ଫେବୃଆରୀ ୧୬ ତାରିଖରେ ତାଙ୍କର ଗୋଡ଼ ସର୍ଜରୀ ହୋଇଥିବା ବେଳେ ପ୍ରାୟ ୪ ମାସ ପରେ ସୁସ୍ଥ ହୋଇ ପଡ଼ିଆକୁ ଫେରିଛନ୍ତି ଶାମୀ ।

ତେବେ ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ କରି ଶାମୀ ଲେଖିଛନ୍ତି ଯେ. ଆହତ ସମସ୍ୟା ମୋତେ ମଇଦାନକୁ ଦୂରେଇ ଦେଇଥିଲା । କିନ୍ତୁ ଏହା ମୋତେ ଅଧିକ ଦିନ ପାଇଁ ଅଟକାଇ ରଖି ପାରିବ ନାହିଁ । ଏହି କ୍ୟାପ୍ସନ ସହିତ ସେ ଖୁବଶୀଘ୍ର ଟିମ ଇଣ୍ଡିଆକୁ କମବ୍ୟାକ କରିବା ପାଇଁ ମଧ୍ୟ ଘୋଷଣା କରି ଦେଇଛନ୍ତି । ସେ ଲେଖିଛନ୍ତି ଯେ, ବହୁତ ଜଲଦି ମଇଦାନକୁ ପେରିବି ଏବଂ ମୋ ସ୍ଥାନ ହାସଲ କରିବି । ତେବେ ଶାମୀଙ୍କ ଏହି ପୋଷ୍ଟ ପରେ ଅନେକ ଫ୍ୟାନ୍ସ ଏଥିରେ କମେଣ୍ଟ କରିଛନ୍ତି । ଅନେକ କ୍ରିକେଟପ୍ରେମୀ ତାଙ୍କୁ ଟି-୨୦ ବିଶ୍ୱକପରେ ସାମିଲ କରିବା ପାଇଁ ଦାବି କରିଥିବା ବେଳେ ୱାଇଲ୍ଡ କାର୍ଡ ଏଣ୍ଟ୍ରିରେ ତାଙ୍କୁ ବିଶ୍ୱକପ ଖେଳାଇବା ପାଇଁ ପରାମର୍ଶ ଦେଇଛନ୍ତି ।

କିନ୍ତୁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ନଥିବାରୁ ଶାମୀ ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି । କିନ୍ତୁ ଆଶା କରାଯାଉଛି ଯେ, ସେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସୁସ୍ଥ ହୋଇ ଦଳରେ ସ୍ଥାନ ପାଇବେ । ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଶାମୀ ପୁଣିଥରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଆଶା କରାଯାଉଛି । ୨୦୨୩ ଦିନିକିଆ ବିଶ୍ୱକପରେ ଆହତ ହୋଇ ସେ କ୍ରିକେଟରୁ ବିଶ୍ରାମ ନେଇଥିଲେ । ଏହାପରେ ଫେବୃଆରୀ ମାସରେ ସେ ନିଜ ଗୋଇଠି ସର୍ଜରୀ କରାଇଛନ୍ତି ।

Get real time updates directly on you device, subscribe now.