fbpx

ଦିଲ୍ଲୀରୁ ଫେରିଲେ ମୋହନ, ଆଜି ବିଧାୟକ ଓ ସାଂସଦଙ୍କୁ ଦିଆଯିବ ସମ୍ବର୍ଦ୍ଧନା

Advertisement

ଦିଲ୍ଲୀରୁ ଫେରିଲେ ମୋହନ, ଆଜି ବିଧାୟକ ଓ ସାଂସଦଙ୍କୁ ଦିଆଯିବ ସମ୍ବର୍ଦ୍ଧନା
ଓଡିଶା ଭାସ୍କର: ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ଆଜି ଭୁବନେଶ୍ୱରରେ ନବ ନିର୍ବାଚିତ ସମସ୍ତ ବିଧାୟକ ଓ ସାଂସଦଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଭୁବନେଶ୍ୱରରେ ଏହି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସମେତ ଅନ୍ୟ ନେତାମାନଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ଫେରିବା ପରେ ଏହି ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ସମସ୍ତ ସାଂସଦ ଓ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି ।

 

 

Get real time updates directly on you device, subscribe now.