fbpx

ମାଙ୍କଡ଼କୁ ନେଇ ବଢ଼ିଲା ଆତଙ୍କ! ମଦ ପିଇବା ପରେ ୪ ହଜାର ଲୋକଙ୍କୁ କାମୁଡ଼ିଲା ଗୋଟିଏ ମାଙ୍କଡ଼

ନୂଆଦିଲ୍ଲୀ: ଅନେକ ସମୟରେ କିଛି ବ୍ୟକ୍ତି ମଦ ନିଶାରେ ଅନ୍ୟମାନଙ୍କୁ ମାରପିଟ କରିବା ସହିତ କୋଳାହଳ ସୃଷ୍ଟି କରିଥାନ୍ତି । ତେବେ ଗୋଟିଏ ମାଙ୍କଡ଼ ମଧ୍ୟ ମଦ ନିଶାରେ ଚୁର୍ ହୋଇ ଅନେକ ଲୋକଙ୍କୁ କାମୁଡ଼ିଥିବା ଖବର ଆସିଛି । ମାତ୍ର ୩ ମାସ ମଧ୍ୟରେ ଏହି ମାଙ୍କଡ଼ଟି ୪ ହଜାର ଲୋକଙ୍କୁ ଶିକାର କରିଥିବା ଜଣାପଡ଼ିଛି । ମାଙ୍କଡ଼ଟି ମଣିଷଙ୍କ ପରି ହରକତ କରୁଥିବା ଲୋକମାନେ କହୁଛନ୍ତି ।

ସୂଚନା ମୁତାବକ, ନେପାଳରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର । ମଦ ନିଶାରେ ଚୁର ହୋଇ ମାତ୍ର କିଛି ମାସ ମଧ୍ୟରେ ମାଙ୍କଡ଼ଟି ହଜାର ହଜାର ଲୋକଙ୍କୁ କାମୁଡ଼ିଛି । ରାଜଧାନୀ କାଠମାଣ୍ଡୁରେ ଦେଖାଦେଇଥିବା ଏହି ଘଟଣାକୁ ନେଇ ଏବେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । କୁହାଯାଉଛି, ମାଙ୍କଡ଼ଟି ପ୍ରଥମେ ନିକଟସ୍ଥ ଦୋକାନକୁ ଯାଉଥିଲା । ସେଠାରେ ଲୋକମାନେ ମଦ ପିଉଥିବା ଦେଖି ସେ ମଧ୍ୟ ପିଇବା ଆରମ୍ଭ କରିଦେଇଥିଲା ।

କିଛି ଲୋକ ପ୍ରଥମେ ମାଙ୍କଡ଼ଟିକୁ ଗ୍ଲାସରେ ମଦ ଦେଇଥିଲେ, ଯାହାର ପରିଣାମ ଏବେ ସମସ୍ତେ ଭୋଗୁଛନ୍ତି । ମାଙ୍କଡ଼ଟି ଲୋକଙ୍କୁ କାମୁଡ଼ିବା ସହିତ ଛୋଟ ପିଲାଙ୍କୁ ମଧ୍ୟ ଆକ୍ରମଣ କରିଥିବା ଜଣାପଡ଼ିଛି । ଜୁଲାଇ-ଅଗଷ୍ଟରେ ଅଧିକ ଲୋକ ମାଙ୍କଡ଼ର ଶିକାର ପାଲଟିଥିବା କୁହାଯାଉଛି । କୁକୁର କାମୁଡ଼ିବା ପରେ ଏବେ ମାଙ୍କଡ଼ କାମୁଡ଼ାକୁ ନେଇ ନେପାଳରେ ଆତଙ୍କ ଦେଖାଦେଇଛି । ମାଙ୍କଡ଼ କାମୁଡ଼ିବା ଫଳରେ ଲୋକଙ୍କ ଠାରେ ରେବିଜ ସଂକ୍ରମଣ ହୋଇପାରେ ବୋଲି ଡାକ୍ତର ଆଶଙ୍କା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.