fbpx

ଥାନାରେ ପୋଲିସଙ୍କ କାନ ଟାଣି ହଇରାଣ କରୁଥିଲା ମାଙ୍କଡ, ଏପରି ଧରିଲା ବନବିଭାଗ

ପୋଲିସଙ୍କ ନାଁ ଶୁଣିଲେ ଲୋକମାନେ ଭୟ କରନ୍ତି । କିନ୍ତୁ ମଧ୍ୟପ୍ରଦେଶର ବୈତୁଲରେ ଗୋଟିଏ ମାଙ୍କଡ ପୋଲିସ କର୍ମଚାରୀଙ୍କ ଅବସ୍ଥା ଖରାପ କରିଦେଇଛି । ଗତ ୧୦ ଦିନ ହେବ ମାଙ୍କଡଟି ପୋଲିସ କର୍ମୀଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ମାଙ୍କଡଟି ବେଳେବେଳେ ଥାନା ଭିତରେ ପଶି ବେଞ୍ଚରେ ବସିଥାଏ ତ ପୋଲିସ କର୍ମୀଙ୍କ ବାଇକରେ ଯାଇ ବସିପଡେ । ଏହା ସହ ମାଙ୍କଡଟି ପୋଲିସ କର୍ମୀଙ୍କ କାନ ଟାଣି ହଇରାଣ କରିଥାଏ । ମାଙ୍କଡ ଯୋଗୁଁ ଅନେକ ପୋଲିସ କର୍ମୀ ନିଜକୁ ରୁମରେ ଲକ୍ କରି ରଖିଥାନ୍ତି ।

କେବଳ ପୋଲିସ ନୁହେଁ, ସହରର ଅନେକ ଲୋକଙ୍କୁ ମାଙ୍କଡଟି ହଇରାଣ କରୁଥିଲା । ବାଧ୍ୟହୋଇ ପୋଲିସ କର୍ମଚାର ବନବିଭାଗର ସାହର୍ଯ୍ୟ ଲୋଡିଥିଲେ । ବନ ବିଭାଗର କର୍ମଚାରୀମାନେ ଜାଲ ପକାଇ ମାଙ୍କଡଟିକୁ ଧରିବା ସହ ତାକୁ ନେଇ ଜଙ୍ଗଲରେ ଛାଡି ଦେଇଥିଲେ । ତେବେ ମାଙ୍କଡଟି କାହାକୁ କ୍ଷତି ପହଞ୍ଚାଇନଥିବା କୁହାଯାଇଛି ।

Get real time updates directly on you device, subscribe now.