fbpx

(Video) ମାଙ୍କଡଙ୍କ ଉତ୍ପାତ ଏବେ ନିର୍ବାଚନୀ ମୁଦ୍ଦା: ଗାଁ’ ରୁ ତଡ଼ିଲେ ମିଳିବ ସର୍ବାଧିକ ଭୋଟ୍

AAKASH

ବିଭିନ୍ନ କାରଣରୁ ବହୁ ସମୟରେ ଜନବସତି ଭିତରକୁ ବିଭିନ୍ନ ଜଙ୍ଗଲି ଜନ୍ତୁ ପଶିଯିବା ଫଳରେ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଗତ କିଛି ଦିନ ହେବ ତିହିଡି ବ୍ଲକ ତାଳପଦା ଗୋପ ଗଦାଧରପୁର ଗହାଁରେ ମାଙ୍କଡଙ୍କ ଉପଦ୍ରବ ଚରମସୀମାରେ ପହଂଚିଛି । ଲୋକେ ମାଙ୍କଡ ଉପଦ୍ରବରେ ଅତିଷ୍ଠ ହୋଇପଡିଛନ୍ତି ।

ବିଶେଷକରି ଏହି ପାତି ମାଙ୍କଡ ଗୋଡ଼ାଇ କାମୁଡ଼ିବା ସହ ଘରେ ପଶି ନଷ୍ଟ କରୁଛନ୍ତି ଏହା ସହ ପନିପରିବା ନଷ୍ଟ କରୁଛନ୍ତି ମଧ୍ୟ କରୁଛନ୍ତି । ଯାହା ବର୍ତ୍ତମାନ ଗାଁ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଅଢେଇ ମାସ ମଧ୍ୟରେ ୬ ଜଣ ଆବାଳ-ବୃଦ୍ଧ-ବନିତା ଗୁରୁତର ହୋଇଥିବା ବେଳେ ପ୍ରାୟ ୧୦ ଜଣ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଲୋକେ ଭୟରେ ଘରୁ ବାହାରିବାକୁ ସାହସ କରୁନାହାଁନ୍ତି । ଯିଏ କୌଣସି କାମରେ ଘରୁ ବାହାରକୁ ଆସୁଛି ସାଙ୍ଗହୋଇ ଅଥବା ହାତରେ ବାଡିଠେଙ୍ଗା ଧରି ପଦାକୁ ଆସୁଛନ୍ତି । ଏହି ମାଙ୍କଡମାନେ ବିଶେଷକରି ବୃଦ୍ଧ, ମହିଳା ଓ ଛୋଟ ପିଲାମାନଙ୍କୁ ଆକ୍ରମଣ କରୁଛନ୍ତି ।

ଆଉ ଏହି ମାଙ୍କଡମାନଙ୍କ ଉପଦ୍ରବ ଘଟଣା ବର୍ତ୍ତମାନ ପଞ୍ଚାୟତବାସୀଙ୍କ ପାଇଁ ନିର୍ବାଚନୀ ମୁଦ୍ଦା ପାଲଟିଛି  । ଆହୁରି ପୁଣି ଯେଉଁ ପ୍ରାର୍ଥୀ ଅଥବା ଗୋଷ୍ଠୀ ମାଙ୍କଡ ହଟେଇବାରେ ସମର୍ଥ ହୋଇପାରିବ ତାଙ୍କୁ ଏହି ଗ୍ରାମବାସୀ ସର୍ବାଧିକ ପସନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଯେଉଁ ପ୍ରାର୍ଥୀ ଅଥବା ଗୋଷ୍ଠୀ ମାଙ୍କଡ ହଟେଇବାରେ ସମର୍ଥ ହୋଇପାରିବ ତାଙ୍କୁ ଏହି ଗ୍ରାମବାସୀ ସର୍ବାଧିକ ପସନ୍ଦ କରିବେ ବୋଲି ମତ ରଖିଛନ୍ତି  । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.