fbpx

Breaking; ଆଜି କେରଳରେ ପାଦ ଥାପିବ ମୌସୂମୀ: ଖରା ତାତିରୁ ମିଳିବ ମୁକ୍ତି…

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହରୁ ଖୁବଶୀଘ୍ର ମିଳିବ ମୁକ୍ତି । ଆଜି କେରଳରେ ପହଞ୍ଚିବ ମୌସୂମୀ ବର୍ଷା । ଦକ୍ଷିଣ-ପଶ୍ଚିମ ମୌସୂମୀ ବାୟୁ ଆଜି କେରଳରେ ପାଦ ଥାପିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ପାଗ ମଧ୍ୟ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ତେବେ ଦେଶରେ ମୌସୂମୀର ଆଗମନ ପରେ ଗ୍ରୀଷ୍ମ ଲହରୀ ସାମାନ୍ୟ କମ୍ ହୋଇପାରେ । ବର୍ତ୍ତମାନ ରାଜସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀରୁ ଉପରେ ରହୁଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ଆଜି ସକାଳ ୫.୩୦ ସୁଦ୍ଧା ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରିଛି । ତେବେ ମୌସୂମୀର ଆଗମନ ସାରା ଦେଶକୁ ଆଶ୍ୱସ୍ତି ଦେଇପାରେ ।

Get real time updates directly on you device, subscribe now.