fbpx

କଟକରେ ଆଉ ୧୪ ଜଣ କୋରୋନା ପଜିଟିଭ ଚିହ୍ନଟ

Advertisement

କଟକ,୨୬/୬(ଓଡ଼ିଆ ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ କଟକ ଜିଲ୍ଲାରେ ଆଉ ୧୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ମହାନଦୀ ବିହାର ଅଞ୍ଚଳର ଜଣେ ମହିଳା ସାମିଲ ଅଛନ୍ତି। ୩ ଦିନ ତଳେ ପ୍ରାଣ ହରାଇଥିବା ତାଙ୍କ ସ୍ବାମୀ କୋରୋନା ପଜିଟିଭ୍‌ ଥିଲେ। ମୃତକ ଜଣକ ରେଳବାଇରେ ଟିଟିଇ ଭାବେ କାର୍ଯ୍ୟ କରୁଥିଲେ ।

ଅନ୍ୟପଟେ ବ୍ରହ୍ମପୁରର ୮ ପୋଲିସ କର୍ମଚାରୀ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୮ ଜଣଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଥିବା ନେଇ ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.