fbpx

ବଡ ଖବର: ୧୮ଟି ଜିଲ୍ଲାରୁ ଆଉ ୧୪୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ଆଜି ଆଉ ୧୪୧ ଜଣ ଚିହ୍ନଟ ହୋଇଛନ୍ତି । ମୋଟ୍ ୧୮ଟି ଜିଲ୍ଲାରୁ ୧୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି କ୍ରମରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୪୫କୁ ବୃଦ୍ଧି ପାଇଛି । ୧୪୧ ପଜିଟିଭ ମଧ୍ୟରୁ ୧୧୦ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳ ବୋଲି ଜଣାପଡିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୧୦, ଖୋର୍ଦ୍ଧାରୁ ୨୬, ବାଲେଶ୍ୱରରୁ ୨, କେନ୍ଦ୍ରାପଡ଼ାରୁ ୧୩, କଟକରୁ ୬, ପୁରୀରୁ ୫, ବଲାଙ୍ଗୀରରୁ ୭, ଜଗତସିଂହପୁରରୁ ୪, ନୟାଗଡ଼ରୁ ୧, ସୁନ୍ଦରଗଡ଼ରୁ ୮, ନୂଆପଡ଼ାରୁ ୧୯, ଗଜପତିରୁ ୪, କେନ୍ଦୁଝରରୁ ୪, ମୟୁରଭଞ୍ଜରୁ ୧, ଅନୁଗୁଳରୁ ୧, ଢେଙ୍କାନାଳରୁ୨, ସମ୍ବଲପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ୨୨୪୫ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୪୫ ଜଣ ସୁସ୍ଥ ହୋଇଛନ୍ତି । ଆଉ ୯୯୧ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।

Get real time updates directly on you device, subscribe now.