fbpx

ବଡ ଖବର: ରାଜ୍ୟରେ ଆଉ ୧୮୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୪ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ ଆଜି ନୂଆ ୧୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯ କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ମୋଟ ୨୦ଟି ଜିଲ୍ଲାରୁ ୧୮୬ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କନ୍ଧମାଳରୁ ସର୍ବାଧିକ ୨୨ ଓ ଖୋର୍ଦ୍ଧାରୁ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡାରୁ ୨, କେନ୍ଦୁଝରରୁ ୧୧, ଯାଜପୁରରୁ ୧୨, ମାଲକାନଗିରିରୁ ୧, କଟକରୁ ୧୨, ଜଗତସିଂହପୁରରୁ ୧୧, ଅନୁଗୁଳରୁ ୧, ଢେଙ୍କାନାଳରୁ ୨, ଭଦ୍ରକରୁ ୧, ଗଜପତିରୁ ୧୫, ବରଗଡରୁ ୧୬, କଳାହାଣ୍ଡିରୁ ୧୬, ଗଞ୍ଜାମରୁ ୪, ପୁରୀରୁ ୭, ସୁନ୍ଦରଗଡରୁ ୩, ବଲାଙ୍ଗୀରରୁ ୨, ମୟୂରଭଞ୍ଜରୁ ୧୩, କେନ୍ଦ୍ରାପଡାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.