fbpx

ବଡ ଖବର: ରାଜ୍ୟରେ ପୁଣି ବାହାରିଲେ ୨୨୯ ପଜିଟିଭ୍

AAKASH

ଭୁବନେଶ୍ୱର,୨ ।୭(ଓଡିଶା ଭାସ୍କର): ରାଜ୍ୟରେ ଅନଲକ୍ ୨ ଲାଗୁ ହୋଇଥିବା ବେଳେ କରୋନା କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ୨୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୯୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୫୪୫କୁ ବୃଦ୍ଧି ପାଇଛି । ରାଜ୍ୟରେ ଏବେ ୫ ହଜାର ୩୫୩ ଜଣ ସୁସ୍ଥ ହୋଇଥିବା ବେଳେ ୨ ହଜାର ୧୫୭ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗଞ୍ଜାମରେ ସର୍ବାଧିକ ୯୫ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରେ ୨୨, ଖୋର୍ଦ୍ଧାରେ ୨୧, କଟକରେ ୧୨, ସୁନ୍ଦରଗଡ଼ରେ ୧୭, ବଲାଙ୍ଗିରରେ ୭, ନୟାଗଡ଼ରେ ୫, ପୁରୀରେ ୪, ବୌଦ୍ଧରେ ୩, ମୟୂରଭଞ୍ଜରେ ୨ ଜଣ ପଜିଟିଭ, ଅନୁଗୁଳ, ବରଗଡ଼, ଦେବଗଡ଼, ଗଜପତି, ଜଗତସିଂହପୁର, କେନ୍ଦୁଝର, କୋରାପୁଟରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.