fbpx

ଖୁସି ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୯୦

ଭୁବନେଶ୍ୱର,୫ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିବଢି ଚାଲିଥିବା ବେଳେ ଆସିଛି ଖୁସି ଖବର । ଆଜି ରାଜ୍ୟରେ ଆଉ ୨୯୦ ଜଣ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ୬୨୨୪ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଗଞ୍ଜାମରୁ ସର୍ବାଧିକ ୯୯ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଗଜପତିରୁ ୫୬, ଝାରସୁଗୁଡାରୁ ୩୩, କଟକରୁ ୧୬, ନବରଙ୍ଗପୁରରୁ ୧୬, ବାଲେଶ୍ୱରରୁ ୧୫, ସମ୍ବଲପୁରରୁ ୧୧, ଖୋଦ୍ଧାରୁ ୧୦, ମୟୂରଭଞ୍ଜରୁ ୮, କେନ୍ଦୁଝରରୁ ୬, ପୁରୀରୁ ୬, ଜଗତସିଂହପୁରରୁ ୫, ନୟାଗଡରୁ ୩, ବରଗଡ ଓ କୋରାପୁଟରୁ ୨ ଜଣ ଲେଖାଏଁ, ଯାଜପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.