fbpx

ହୀରାକୁଦ ଜଳ ଭଣ୍ଡାରର ଆଉ ୪ ସ୍ଲୁଇସ୍‌ ଗେଟ୍‌ ବନ୍ଦ

ସମ୍ବଲପୁର,୩୧/୮(ଓଡିଶା ଭାସ୍କର): ବନ୍ଦ ହେଲା ହୀରାକୁଦ ଜଳ ଭଣ୍ଡାରର ଆଉ ୪ ସ୍ଲୁଇସ୍‌ ଗେଟ୍‌। ଏବେ ମୋଟ ୩୬ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ବାମ ପାଖ ସ୍ପିଲ୍‌ୱେର ୨୩ଟି ଓ ଡାହାଣ ପାର୍ଶ୍ବର ୧୩ଟି ଗେଟ୍‌ ଖୋଲା ରହିଛି। ଜଳଭଣ୍ଡାରର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଜଳସ୍ତର ୬୨୭.୨୯ ଫୁଟ ରହିଛି।

ଏଥିରେ ପ୍ରତି ସେକେଣ୍ଡରେ ପଶୁଛି ୪ ଲକ୍ଷ ୯୪ ହଜାର ୯୪ ଘନଫୁଟ ଜଳ। ସେହିପରି ପ୍ରତି ସେକେଣ୍ଡରେ ବାହାରୁଛି ୬ ଲକ୍ଷ ଘନ ଫୁଟ ଜଳ। ତେବେ ହୀରାକୁଦ ଜଳ ଭଣ୍ଡାରରେ ମୋଟ ୯୮ଟି ଗେଟ୍‌ ରହିଛି ।

Get real time updates directly on you device, subscribe now.