fbpx

(Video) ସୌମ୍ୟଙ୍କ ସହ ଭଲପାଇବାର ଛଳନା କରି ଅନ୍ୟ ପୁଅଙ୍କ ସହ ସମ୍ପର୍କ ରଖୁଥିଲେ ସୋନାଲି

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ଭୁବନେଶ୍ୱରର ମଡେଲ ତଥା ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲା ଦିନକୁ ଦିନ ରହସ୍ୟମୟ ହେଉଛି । ସୌମ୍ୟଙ୍କ ମୃତ୍ୟୁକୁ ଏକ ସପ୍ତାହ ପୂରି ଯାଇଥିଲେ ହେଁ ଏହି ମାମଲାର ତଦନ୍ତ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ସୁଇସାଇଡ୍ ନୋଟରେ ସୌମ୍ୟ ତାଙ୍କର ପ୍ରେମିକା ସୋନାଲିଙ୍କ ନାମ ଉଲ୍ଲେଖ କରିଥିଲେ ହେଁ ପୋଲିସ ତାଙ୍କୁ ଏ ପର୍ଯ୍ୟନ୍ତ ଜେରା କରିନାହିଁ । ତେବେ ଦୋଷୀକୁ କଠୋର ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ସୌମ୍ୟଙ୍କ ପରିବାରବର୍ଗ ।

ଏନେଇ ସୌମ୍ୟଙ୍କ ମାଆ କହିଛନ୍ତି ଯେ, ସୌମ୍ୟ-ସୋନାଲିଙ୍କ ଭଲ ପାଇବା ବିଷୟରେ ବହୁତ କଥା ମୁଁ ଆଗରୁ ଜାଣିନଥିଲି । ସୋନାଲିକୁ ଭୁଲିଯିବା ପାଇଁ ତାଙ୍କ ମାଆ ସୌମ୍ୟକୁ କହିଥିଲେ । ମୁଁ ଏକଥା ଯଦି ଜାଣିଥାନ୍ତି ତେବେ ମୋ ପୁଅ ସୌମ୍ୟ କେବେ ବି ଆତ୍ମହତ୍ୟା କରିନଥାନ୍ତା । ସୋନାଲିଙ୍କ ମାଆଙ୍କ ସହିତ ସୌମ୍ୟ ଏ ବିଷୟରେ ପୂର୍ବରୁ କଥା ହୋଇଥିଲେ । ତାଙ୍କ ମାଆ ଯଦି ମୋତେ ଏ ବିଷୟରେ ପୂର୍ବରୁ ଅବଗତ କରିଥାନ୍ତେ ତେବେ ହୁଏତ ଆଜି ଏ ଦିନ ଦେଖିବାକୁ ପଡ଼ିନଥାନ୍ତା । ମୋ ସହିତ ସେ ଅନେକ ବିଷୟରେ କଥା ହେଉଥିଲେ ହେଁ ସୌମ୍ୟ-ସୋନାଲିଙ୍କ ବିଷୟରେ କିଛି କହିନଥିଲେ । ସୌମ୍ୟ ଆତ୍ମହତ୍ୟା ପୂର୍ବରୁ ସୋନାଲିଙ୍କୁ ମୁଁ ଯାଉଛି ବୋଲି ମେସେଜ୍ କରିଥିଲା । ସେତେବେଳେ ମଧ୍ୟ ସୋନାଲି ଆମକୁ କିଛି ଜଣାନଥିଲେ । ମୋ ପୁଅ ବୟସର ସମସ୍ତ ପୁଅମାନଙ୍କୁ ମୁଁ ଅନୁରୋଧ କରୁଛି, ଭଲ ପାଇବା ପୂର୍ବରୁ ପ୍ରଥମେ ଝିଅକୁ ପରଖନ୍ତୁ । ସୋନାଲି ହେଉଛି ଗୋଟେ ମାୟାବିନୀ, ତା’ ଠାରୁ ସମସ୍ତେ ଦୂରେଇ ରୁହନ୍ତୁ । ସେ ସୌମ୍ୟ ସହିତ ଭଲପାଇବା ନାଟକ କରି ଅନ୍ୟ ପୁଅଙ୍କ ସହିତ ସମ୍ପର୍କ ରଖୁଥିଲେ, ତେଣୁ ସୌମ୍ୟ ଏହା ସହ୍ୟ କରିନପାରି ଆତ୍ମହତ୍ୟା କରିଦେଲା ।

Get real time updates directly on you device, subscribe now.