fbpx

(Video) ମୋତେ ନ ହେଲା ନାଇଁ, ମୋ କୁନି ପୁଅକୁ ଏ ନଦୀ ମଝିରୁ କିଏ ଉଦ୍ଧାର କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଦୀର ଦୁଇ କୂଳ ମାଡ଼ି ଭୟଙ୍କର ବେଗରେ ଆଗକୁ ଆଗକୁ ମାଡ଼ି ଚାଲୁଛି ଜଳସ୍ରୋତ । ଆଉ ଏହାରି ମଧ୍ୟରେ ଫସି ଯାଇଛନ୍ତି ଜଣେ ମାଆ ଓ ତା’ର କୁନି ପୁଅ । ତେବେ ଜୀବନ ବଞ୍ଚାଇବା ଆଶାରେ ମାଆଟି ତା’ର ପୁଅକୁ ଧରି ଏକ ଘାସ ବୁଦା କୂଳରେ ଆଶ୍ରୟ ନେଇଥିଲା । ଏହାପରେ ମହିଳାଙ୍କ ଡାକ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ ଗ୍ରାମବାସୀ ।

ଅକାତକାତ ପାଣିରୁ କେମିତି ମାଆ, ପୁଅଙ୍କୁ ଉଦ୍ଧାର କରିବେ ସେନେଇ ଗ୍ରାମବାସୀଙ୍କ ଚିନ୍ତା ବଢ଼ି ଯାଇଥିଲା । ଶେଷରେ ରସି ପକାଇ ଦୀର୍ଘ ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର ହୋଇଥିଲେ ଦୁହେଁ । ରାୟଗଡ଼ା ସଦର ବ୍ଲକ ଅଧିନସ୍ଥ କୁଞ୍ଜାପାଇ ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ନନ୍ଦିନୀ ତାଙ୍କର ତିନିବର୍ଷର ପୁଅକୁ ନେଇ ନଦୀ ଆରପଟ ଜଙ୍ଗଲକୁ ଯାଇଥିଲେ ।

ତେବେ ନନ୍ଦିନୀ ଜଙ୍ଗଲରୁ ଫେରିବା ବେଳକୁ ହଠାତ୍ ଉପରମୁଣ୍ଡରୁ ପାଣି ମାଡ଼ି ଆସିଥିଲା । ଚାହୁଁ ଚାହୁଁ ତାହା ବନ୍ୟାର ରୂପ ନେଇଥିଲା ଓ ନନ୍ଦିନୀ ଆଉ ଫେରି ପାରି ନଥିଲେ ନିଜ ଘରକୁ । ବେଳକୁ ବେଳ ନଦୀର ଜଳସ୍ତର ବଢ଼ିବା ସହ ନଦୀ ମଝିରେ ଘାସ ମୁଦା ମଝିରେ ଫସି ରହିଥିଲେ ନନ୍ଦିନୀ । ତେବେ ଈଶ୍ୱରଙ୍କ କୃପାରୁ ମାଆ ଓ ପୁଅ ସୁରକ୍ଷିତ ଭାବେ ଉଦ୍ଧାର ହେବା ସହ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ ଗ୍ରାମବାସୀ ଓ ସ୍ଥାନୀୟ ଯୁବକଙ୍କ ସାହସିକତା ପାଇଁ ଆଜି ଦୁଇଟି ଜୀବନ ବଞ୍ଚି ପାରିଛି ।

Get real time updates directly on you device, subscribe now.