fbpx

‘ତୁରନ୍ତ ନିର୍ମାଣ କର ଡ୍ରେନ୍’, ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷା ହେଲେ ଚିନ୍ତାବଢ଼େ ରାଜଧାନୀ ବାସିନ୍ଦାଙ୍କର । ବିଶେଷକରି ଏମିତି କିଛି ଅଞ୍ଚଳରେ ବେଙ୍ଗ ମୁତିଲେ ବି ପାଣି ହେଉଛି ବୋଲି ଲୋକେ ଅଭିଯୋଗ କରିବା ସହ ବଡ଼ ହନ୍ତସନ୍ତ ହେଉଛନ୍ତି । ସେହିପରି ବର୍ଷାଜଳରେ ନୟାନ୍ତ ହେଉଛି ନୟାପଲ୍ଲୀ । ଏଥିପାଇଁ ୧୨୦-ବାଟାଲିଆନ୍ ନିକଟରେ ଏକ ବୃହତ୍ତ ଡ୍ରେନ୍ ନିର୍ମାଣ କରାଯିବାକୁ ଦୀର୍ଘଦିନରୁ ଦାବି ହୋଇଆସୁଛି । ଏହିକ୍ରମରେ ଏଥଫାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱୀକୃତି ମିଳିସାରିଥିଲେ ବି ନିର୍ମାଣ ହୋଇନି ଡ୍ରେନ । ତେଣୁ ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତୁରନ୍ତ ଡ୍ରେନ୍ କାର୍ଯ୍ୟ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ନୟାପଲ୍ଲୀ ନିକଟବର୍ତ୍ତୀ ଅଞ୍ଚଳ ସାମାନ୍ୟ ବର୍ଷାରେ ଜଳମଗ୍ନ ହୋଇଯାଉଛି । ଫଳରେ ପ୍ରଭାବିତ ହେଉଥିବା ବହୁ ସଂଖ୍ୟକ ଅଞ୍ଚଳବାସୀ ସମସ୍ୟା ସମାଧାନ ପାଇଁ ସାଂସଦଙ୍କୁ ଅନୁରୋଧ ଜଣାଇଥିଲେ । ଏନେଇ ଗତ ୨୦୨୦ ଫେବ୍ରୁଆରି ୧୫ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସାକ୍ଷାତ କରି ନୟାପଲ୍ଲୀ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ ୧୨୦ ବାଟାଲିୟନ ପରିସରରେ ଡ୍ରେନ ନିର୍ମାଣ ପାଇଁ ଅନୁମତି ମାଗିଥିଲେ । ସେହିପରି ଗତ ଏପ୍ରିଲ ୮ରେ ମନ୍ତ୍ରୀ ଶ୍ରୀ ସିଂ ଡ୍ରେନ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିଲେ । ସେହିପରି ଗତ ୧୧ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପତ୍ରଙ୍କୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଚିଠି ଲେଖି ଡ୍ରେନ କାର୍ଯ୍ୟ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ ।

BBSR MP Aparajita Sarangi

ଏହି ପରିପ୍ରେକ୍ଷୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ଏବଂ ବଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରମୁକ ଉକ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ଯଥାଶୀଘ୍ର ଡ୍ରେନ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

 

Get real time updates directly on you device, subscribe now.