fbpx

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ନିବେଶକଙ୍କୁ କଲା ମାଲାମାଲ, RIL ସେୟାର ଆଜି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ:ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL)ଏବେ ଭାରତର ସବୁଠାରୁ ମୂଲ୍ୟବାନ ଲିଷ୍ଟେଡ୍ କମ୍ପାନୀ । RIL ୨୦ ଲକ୍ଷ କୋଟି ଟଙ୍କା ମାର୍କେଟ୍ କ୍ୟାପ୍ ଟପିଥିବା ପ୍ରଥମ ଲିଷ୍ଟେଡ୍ ଭାରତୀୟ କମ୍ପାନୀ । ଏହି ପ୍ରକାର RIL ବିଶ୍ୱର ଶୀର୍ଷ ୫୦ ସବୁଠାରୁ ଅଧିକ ଭାଲ୍ୟୁଏସନ ବାଲା କମ୍ପାନୀ ମଧ୍ୟରେ ବି ସାମିଲ ଅଟେ । ବୁଧବାର ବିଏସଇରେ କମ୍ପାନୀର ମାର୍କେଟ୍ କ୍ୟାପ୍ ୨୦,୦୪,୪୦୨.୨୫ କୋଟି ଟଙ୍କାରେ ବନ୍ଦ ହୋଇଛି । କମ୍ପାନୀ ୫ ବର୍ଷରୁ ବି କମ୍ ସମୟ ମଧ୍ୟରେ ନିଜର ମାର୍କେଟ୍ କ୍ୟାପରେ ୧୦ଲକ୍ଷ କୋଟି ଟଙ୍କା ଯୋଡିପାରିଛି । ଏହାସହିତ RIL  SHARE ବି ଏହି ସମୟରେ ବହୁତ ବଢିଛି ।

RILର ସେୟାର ବୁଧବାର ଐତିହାସିକ ରେକର୍ଡ ସ୍ତରରେ ପହଞ୍ଚିଛି । ଏହା ଆଜି ଅର୍ଥାତ୍ ବୁଧବାର ବିଏସଇରେ ଏହାର ସେୟାର ୨୯୬୨.୬୦ ଟଙ୍କାରେ ବନ୍ଦ ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପେଟ୍ରୋକେମିକାଲ, ଟେକ୍ସଟାଇଲ, ରିଟେଲ, ମିଡିଆ, ଏନର୍ଜି ଓ ଟେଲିକମ୍ ସେକ୍ଟରରେ କାରବାର ହୋଇଛି । ଏଠାରେ ସୂଚାଇ ଦିଆଯାଇପାରେ କି ଧୀରୁଭାଇ ଅମ୍ବାନୀ ୧୯୭୩ରେ ରିଲାଏନ୍ସର ଆରମ୍ଭ କରିଥିଲେ । ସେ ବିମଲ ବ୍ରାଣ୍ଡ୍ ସହିତ ଭାରତୀୟ ଟେକ୍ସଟାଇଲ ଶିଳ୍ପରେ କ୍ରାନ୍ତି ଆଣିଥିଲେ । ଏହାପରେ ୧୯୭୭ରେ ଏହା ପବ୍ଲିକ୍ ହୋଇଥିଲା । ୨୯ ନଭେମ୍ବର ୧୯୯୫ରେ ଏହା ଏନଏସଇରେ ପଞ୍ଜିକୃତ ହୋଇଥିଲା । ୧୯୯୦ରେ ଏହାର ସେୟାର ମୂଲ୍ୟ ୧୧.୭୪ ଟଙ୍କା ଥିଲା । ୧୯୯୪ରେ ୩୨.୬୬, ୨୦୦୦ରେ ୬୪.୧୮, ୨୦୦୭ରେ ୧୨୬.୭ ଏହିପରି ଏହାର ସେୟାରର ମୂଲ୍ୟ ବଢିଚାଲିଲା । ୨୦୨୦ରେ ଏହାର ସେୟାର ୧୯୮୪ଟଙ୍କା ଓ ୨୦୨୪ରେ ୨୯୬୨ରେ ପହଞ୍ଚିଛି ।

Get real time updates directly on you device, subscribe now.