fbpx

ନାତି ସହ ନଜର ଆସିଲେ ମୁକେଶ ଅମ୍ବାନୀ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଭାରତର ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀ ଜେଜେ ହୋଇଛନ୍ତି ଓ ଏବେ ନାତି ସହ ତାଙ୍କର ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ନାତି ସହ ମୁକେଶ ଅମ୍ବାନୀଙ୍କ ପ୍ରଥମ ଫଟୋକୁ ଟ୍ୱିଟ୍ କରି ପୂରା ଅମ୍ବାନୀ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟସଭା ସଦସ୍ୟ ଓ ଇଣ୍ଡଷ୍ଟ୍ରିଆଲିଷ୍ଟ ପରିମଳ ନାଥୱାନୀ ।

ତେବେ ସେ ଟ୍ୱିଟରେ ଲେଖିଛନ୍ତି ଯେ, ‘ବେବି ବୟର ଜନ୍ମ ନେଇ ଶ୍ଲୋକା ଓ ଆକାଶ ଅମ୍ବାନୀକୁ ଶୁଭକାମନା । ମୁକେଶ ଭାଇ, ନୀତା ଭାଉଜ ଓ ପୂରା ଅମ୍ବାନୀ ପରିବାରକୁ ନୂଆ ସଦସ୍ୟ ଆଗମନରେ ଶୁଭକାମନା ।’ ମୁକେଶ ନିଜ ନାତିକୁ କୋଳରେ ଧରି ବେଶ ଖୁସି ଜଣାପଡୁଥିବା ଦେଖିବାକୁ ମିଳିଛି ।

ତେବେ ଶ୍ଲୋକା ୧୦ ଡିସେମ୍ବରରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଛୁଆ ଆସିବା ପରେ ଅମ୍ବାନୀ ପରିବାର ବହୁତ ଖୁସି । ଆକାଶ ଓ ଶ୍ଲୋକା ୨୦୧୯ରେ ବିବାହ ବନ୍ଧପରେ ବାନ୍ଧି ହୋଇଥିଲେ ।

Get real time updates directly on you device, subscribe now.